କ୍ରମାଗତ ୧୪ ଦିନ ଧରି ୫% ତଳେ ଦୈନିକ ପିଜିଟିଭିଟି ହାର

0
47

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ (ରବିବାର ସକାଳ ୯ରୁ ସୋମବାର ସକାଳ ୯) ୫୩,୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ୮୮ ମାସ ମଧ୍ୟର ସର୍ବନିମ୍ନ। ଗତ ୧୪ ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ ମାମଲା ୧ ଲକ୍ଷ ତଳେ ରହିଛି। ସକ୍ରିୟ କରୋନା ମାମଲା ମଧ୍ୟ ଭାରତରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ସକ୍ରି୍ରୟ ମାମଲା ରହିଛି ୭,୦୨,୮୮୭।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୨୬,୩୫୬ ହ୍ରାସ ହୋଇଛି ଏବଂ ଦେଶରେ ଏବେ ମୋଟ ପଜିଟିଭ ମାମଲାର ମାତ୍ର ୨.୩୫% ରହିଛି ସକ୍ରିୟ ମାମଲା ।

ଦେଶରେ କୋଭିଡ-୧୯ ସଂକ୍ରମଣରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୯ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୭୮,୧୯୦ ଜଣ ସୁସ୍ଥ ହୋଇଛନ୍ତି ।

ଦୈନିକ ଚିହ୍ନଟ ହୋଇଥିବା ନୂଆ ମାମଲା ଅନୁସାରେ ଗତ ୨୪ ଘଣ୍ଟାରେ ଅଧିକ ପ୍ରାୟ ୨୫ ହଜାର (୨୪,୯୩୪) ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୮୮,୪୪,୧୯୯ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୭୮,୧୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସୁସ୍ଥତା ହାର ବୃଦ୍ଧି ପାଇ ୯୬.୩୬% ହୋଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୩,୮୮,୬୯୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୨୪ କୋଟି (୩୯,୨୪,୦୭,୭୮୨)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ପକ୍ଷରେ କ୍ରମାଗତ ଭାବେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୩.୩୨% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୩.୮୩% । ଗତ ୧୪ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।