?????

ଝାରସୁଗୁଡାରୁ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ

ଝାରସୁଗୁଡା: ଝାରସୁଗୁଡାରୁ ସିରିଆପିଏଫ ଯବାନଙ୍କୁ ନେଇ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ। ରାୟପୁର ରେଳ ଷ୍ଟେସନରେ ଏହି ବିସ୍ଫୋରଣ ହୋଇଛି। ସକାଳ 6.30ରେ ଟ୍ରେନଟି ଛତିଶଗଡର ରାଜଧାନୀ ରାୟପୁର ଷ୍ଟେସନରେ ଛିଡା ହୋଇଥିଲା। 3 କମ୍ପାନୀ ଯବନ ଟ୍ରେନରେ ଚଢୁଥିଲେ। ସେହି ସମୟରେ ହଠାତ ଟ୍ରେନର 9 ନଂ ବଗି ଭିତରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁ 4 ସିଆରପିଏଫ ଯବାନ ଆହତ ହୋଇ ଥିବା ନେଇ ରାୟପୁର ଏସପି ସୂଚନା ଦେଇଛନ୍ତି। ଯବାନଙ୍କ ଅସ୍ତ୍ରଶସ୍ତ୍ର ନେବା ଆଣିବା ସମୟରେ ଏପରି ଅଘଟଣ ହୋଇଥିବା ସୂଚନା ରହିଛି।

ଏବେ ଆହତଙ୍କୁ ଚିକିତ୍ସା ପାଇଁ ରାୟପୁରର ଶ୍ରୀ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କୌଣସି ସାଧାରଣ ନାଗରିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ।

ସେହିପରି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାୟପୁର ରେଳ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଛିଡା ହୋଇଥିଲା । ସକାଳ ପ୍ରାୟ 6.30 ସମୟରେ ଏହି ବିସ୍ଫୋରଣ ଘଟିଥିଲା। CRPF 211 ବାଟାଲିୟନର ଯବାନମାନେ ଏହି ସ୍ୱତନ୍ତ୍ର ଟ୍ରେନରେ ଯାଉଥିଲେ। ରାୟପୁର ରେଳବାଇ ପିଆରଓ ଶିବ ପ୍ରସାଦ ଏହି ସୂଚନା ଦେଇଛନ୍ତି। ଡମି କାର୍ଟ୍ରିଜକୁ ବାକ୍ସରେ ରଖାଯାଇଥିଲା, ଟ୍ରେନ୍ କମ୍ପାର୍ଟମେଣ୍ଟରେ ରଖିବା ମାତ୍ରେ ଲଗେଜ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ବାଥରୁମ ନିକଟରେ ରଖାଯାଇଥିବା ଡିଟୋନେଟର ବିସ୍ଫୋରଣ ହୋଇଥିଲା। ଏଥିରେ ମୋଟ୍ 6 ଜଣ ଆହତ ହୋଇଛନ୍ତି ।

Related Articles

Leave a Reply

Back to top button
error: Content is protected !!