?????

OMVD ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍

ଝାରସୁଗୁଡା: ଭିଜିଲାନ୍ସ ଜାଲରେ ଓଡିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକ । ଶୁକ୍ରବାର ଭିଜିଲାନ୍ସ ଏହି ରେଡ୍ କରିଥିଲା। ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋାଗରେ ଭିଜିଲାନ୍ସ ଟିମ୍ 4ଟି ଜିଲ୍ଲାର 6ଟି ସ୍ଥାନରେ ରେଡ୍ କରିଥିଲା। ଭିଜିଲାନ୍ସଙ୍କୁ ଦେଖି ବାବୁଜଣକ ଘରେ ଥିବା ଟଙ୍କା ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଝାରସୁଗୁଡା, କଟକ, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଥିବା ହରେକୃଷ୍ଣଙ୍କ ଘର, ଭଡା ଘର ଏବଂ ସଂପର୍କୀୟଙ୍କ ଘରେ ରେଡ୍ ହୋଇଥିଲା। ଏହି ରେଡ୍ ବେଳେ 3 ଜଣ ଡିଏସପି, 10 ଜଣ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଅଫିସର ଥିଲେ।

ରେଡ୍ ବେଳେ ଭିଜିଲାନ୍ସ ଟିମ୍ ହରେକୃଷ୍ଣଙ୍କ ଘରୁ 4 ଲକ୍ଷ 46 ହଜାର ଟଙ୍କା ଜବତ କରିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଥିଲା ।

Related Articles

Leave a Reply

Back to top button
error: Content is protected !!