?????

ଝାରସୁଗୁଡା ପାଇଁ ଶୋଭନ ଦେବ ପୁଣି ବୋଲିଂ କୋଚ୍ ଭାବରେ ନିଯୁକ୍ତ

ଝାରସୁଗୁଡା: ଆଜି ଓଡ଼ିଶା କ୍ରିକେଟ୍ ଏକଡେମୀ (ଓସିଏ) ବିଭିନ୍ନ କୋଚ ପଦ ପାଇଁ ନାମ ଘୋଷଣା କରିଛି। ଝାରସୁଗୁଡା 19 ବର୍ଷରୁ କମ୍ କ୍ରିକେଟ୍ ଟିମ୍ ପାଇଁ ବୋଲିଂ କୋଚ୍ ଭାବରେ ଶୋଭନ ଦେବଙ୍କୁ ଓସିଏ ପୁଣି ଥରେ ନିଯୁକ୍ତି କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଓ୍ୱାସିମ୍ ଜାଫର ଓସିଏ ପାଇଁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହେବା ପରେ ଏହି ଘୋଷଣା ହୋଇଛି।

ଶୋଭନ ଦେବ ଏବେର ନିଯୁକ୍ତି ପୂର୍ବରୁ 2012-13 ପାଇଁ ସେ 23 ବର୍ଷରୁ କମ୍ କ୍ରିକେଟ୍ ଟିମ୍ ପାଇଁ କୋଚ ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ 2017-18ରେ ଜୁନିୟର ଚୟନକର୍ତ୍ତା ଭାବରେ ନିଯୁକ୍ତ ହୋଇଥିଲେ। ସେହିପରି 2020ରେ ବୋଲିଂ କୋଚ୍ ଭାବରେ ନିଯୁକ୍ତ ହୋଇଥିଲେ ଶୋଭନ୍ ଦେବ।

ବୋଲିଂ କୋଚ୍ ଭାବରେ  ଶୋଭନ ନିଯୁକ୍ତି ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ମୁଖ୍ୟ କୋଚ୍ ଜାଫରଙ୍କ ନେୃତ୍ୱତରେ ଆଗକୁ ଆମେ ବଢ଼ିବୁ। 2020ରେ ଯଦିଓ ସେ ବୋଲିଂ କୋଚ ଭାବରେ ନିଯୁକ୍ତ ହୋଇଥିଲେ ହେଲେ କରୋନା ପାଇଁ ସେମିତି କିଛି ପ୍ରଶିକ୍ଷଣ ଦେଇ ହୋଇ ନାହିଁ ବୋଲି ଶୋଭନ୍ ଦେବ ଏହି ଅବସରରେ କହିଛନ୍ତି। ତୃଣମୂଳ ସ୍ତରରେ ଯେଉଁମାନେ କ୍ରିକେଟ୍ ଖେଳିବାକୁ ଆଗ୍ରହୀ ସେମାନଙ୍କୁ କ୍ରିକେଟ୍ ଖେଳିବାକୁ ପ୍ରୋତ୍ସାହିତ କରାଯିବ। ସେହିପରି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀକୁ ପ୍ରୋତ୍ସାହିତ କରୁଥିବାରୁ ଶୋଭନ ଦେବ୍ ପ୍ରଶଂସା କରିଛନ୍ତି।

Related Articles

Leave a Reply

Back to top button
error: Content is protected !!