?????

ଉଦ୍‌ଘାଟନୀ ସମାରୋହରେ ବିଜେଡି-ବିଜେପି ସମର୍ଥକଙ୍କ ମଧ୍ୟରେ ଧସ୍ତା-ଧସ୍ତି

ସୁନ୍ଦରଗଡ଼: ବାର୍ଷିକ 10 ହଜାର ଟନ ଉତ୍ପାଦନ ଵିଶିଷ୍ଟ ଓପିଜିସି ମନୋହରପୁର କୋଇଲା ଖଣି ପ୍ରକଳ୍ପରୁ ଝାରସୁଗୁଡ଼ା ବନହରପାଲି ଇବ୍ ତାପଜ ଵିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନର ଏମଜିଆର ଲାଇନକୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି। ହେଲେ ଏହି ଉଦଘାଟନର ଖବର ରାଜ୍ୟବାସୀଙ୍କ କାନରେ ଯେତକ ନପଡ଼ିିଛି ତାଠୁ ଅଧିକ ଖବର ପଡ଼ିଛି ସଭା ବେଳେ ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ଧସ୍ତାଧସ୍ତିର କଥା।

ଏହି ଉଦଘାଟନୀ ସଭାରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିବା ବେଳେ ସୁନ୍ଦରଗଡ଼ର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବରଗଡର ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ, ବିଧାୟକ କୁସୁମ ଟେଟେ ଏବଂ ଭବାନୀ ଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଶକ୍ତିମନ୍ତ୍ରୀ ପ୍ରକଳ୍ପ ବାବଦରେ କହିବା ସହିତ ସରକାରଙ୍କ ସଫଳତା ବଖାଣିଥିଲେ। ହେଲେ ପୂର୍ବତନ ବିଜେଡି ନେତ୍ରୀ ତଥା ଏବେର ବିଜେପି ବିଧାୟକ କୁସୁମ ଟେଟେ ଯେତେବେଳେ ଏହି ପ୍ରସଙ୍ଗର ଉଦବୋଧନ ଦେଉ ଦେଉ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଲୋକମାନେ କିଭଳି ଅସୁବିଧାରେ ପଡ଼ୁଛନ୍ତି ସେ କଥା କହିଥିଲେ। ଏହାପରେ କୁସୁମଙ୍କ କଥା ଶୁଣି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସଭା ଛାଡ଼ି ଚାଲିଯାଇଥିଲେ। ଆଉ କୁସୁମଙ୍କ ସମର୍ଥକ ମଧ୍ୟ ମନ୍ତ୍ରୀଙ୍କ ପାଇଁ ଗୋ ବ୍ୟାକର ନାରା ଦେଇଥିଲେ। ପରେ ସଭାରେ ଉପସ୍ଥିତ ଥିବା ବିଜେଡି ସମର୍ଥକ ମଧ୍ୟ ବିଜେପି ବିରୋଧରେ ନାରା ଦେଇଥିଲେ। ଏହାପରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସମର୍ଥକ ମୁହାଁମୁହିଁ ହୋଇଥିଲେ। ସ୍ଥିତି କିନ୍ତୁ ଉତ୍ତେଜନା ହେବାରୁ ପୁଲିସ ପ୍ରଶାସନ ଆସି ଉଭୟ ପକ୍ଷଙ୍କୁ ଆସି ବୁଝାସୁଝା କରିଥିଲା।

Related Articles

Leave a Reply

Back to top button
error: Content is protected !!