?????

ବୁର୍ଲାରେ ଦୁଇ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ

ବୁର୍ଲା: ରାଜଧାନୀକୁ କରୋନା ପରେ ଡେଙ୍ଗୁ କଲବଲ କରୁଛି। ଏବେ ଏହି ଡେଙ୍ଗୁ ପଶ୍ଚିମ ଓଡ଼ିଆରେ ବ୍ୟାପିଥିବା ଜଣାପଡ଼ିଛି। ବୁର୍ଲା ମେଡିକାଲରେ ଏବେ ଦୁଇ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଜଣଙ୍କ ଘରେ ଦେବଗଡର ହୋଇଥିବା ବେଳେ ଅନ୍ୟ ଜଣେ ମହାରାଷ୍ଚ୍ରର।

ବୁର୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଉଭୟ ରୋଗୀଙ୍କ ଏଲିସା ପରୀକ୍ଷାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ଦେବଗଡ ଜିଲ୍ଲାରୁ ଆସିଥିବା ରୋଗୀ ଜଣକ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରର ରୋଗୀ ବର୍ତ୍ତମାନ ମଧ୍ୟ ଗୁରୁତର ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମେଡିକାଲରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ୪ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିଲେ। ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି।

Related Articles

Leave a Reply

Back to top button
error: Content is protected !!