?????
ଦେବସ୍ନାନ ପୂର୍ଣ୍ଣିମା: ଛେରାପହଁରା କରିବେନି ଗଜପତି ମହାରାଜା
ପୁରୀ: ଗଜପତି ମହାରାଜ ଦିବ୍ୟ ସିଂହ ଦେବ କୋଭିଡ-19 ପାଇଁ ଚଳିତଥର ଦେବସ୍ନାନ ପୂର୍ଣ୍ଣିମାରେ ପାରମ୍ପାରିକ ‘ଛେରା ପହଁରା’ ରୀତିନୀତିରେ ସାମିଲ ହେବେନି। କୋଭିଡ ପ୍ରତିବନ୍ଧକ ଯୋଗୁଁ ସେ ତୃତୀୟ ଥର ପାଇଁ ପାରମ୍ପରିକ ରୀତିନୀତିରେ ସାମିଲ୍ ହେବେ ନାହିଁ ବୋଲି ଜଣାପଡ଼ିଛି। ରାଜାଙ୍କ ପ୍ରତିନିଧି ମୁଦିରସ୍ତ କିନ୍ତୁ ସ୍ନାନ ଯାତ୍ରା ବେଳେ ଛେରାପହଁରା ନୀତି କରିବେ। ଗତବର୍ଷ ମଧ୍ୟ ସ୍ନାନ ଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ।
ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଏବଂ ମୁଁ କେବେ ଭାବି ନଥିଲି ଯେ ମୁଁ ଏହି ଈଶ୍ୱରୀୟ ସୁଯୋଗ ପାଇବି। ଯାହା କିଛି ଘଟେ କିମ୍ବା ଘଟିବ ତାହା ପ୍ରଭୁଙ୍କର ଇଚ୍ଛା ବୋଲି ଗଜପତିଙ୍କ ଅନୁପସ୍ଥିତିରେ ରୀତିନୀତି ପାଳନ କରୁଥିବା ନାରାୟଣ ମୁଦିରସ୍ତ କହିଛନ୍ତି।
2020 ରେ, ଜଗନ୍ନାଥ ମନ୍ଦିରର ଦେବତାମାନଙ୍କର ପ୍ରଥମ ସେବକ ଦିବ୍ୟ ସିଂହ ଦେବ ଦେବ କୋଭିଡ ପାଇଁ ଦେବସ୍ନାନ ପୂର୍ଣ୍ଣିମାରେ ତାଙ୍କର ପାରମ୍ପରିକ “ଛୋରା ପହଁରା” କରିନଥିଲେ।