?????

ରେକ୍ ପଏଣ୍ଟ ବନ୍ଦ ହେବା ପରେ ଜିଲ୍ଲାରେ ସାରର ଅଭାବ

ଝାରସୁଗୁଡ଼ା: ଝାରସୁଗଡ଼ା- ରାଉରକେଲା ତୃତୀୟ ରେଳ ଲାଇନ ବିଛା କାମ ଚାଲିଛି। ଏହି କାରଣରୁ ରେଳ ବିଭାଗ ଝାରସୁଗୁଡା ଜିଲ୍ଲାରେ ଥିବା ରେକ୍‌ ପଏଣ୍ଟକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଏବେ ଚାଷୀଙ୍କ ଉପରେ ପଡ଼ିଛି। ରେକ୍ ପଏଣ୍ଟ ବନ୍ଦ ଥିବାରୁ ଜିଲ୍ଲାକୁ ସିଧାସଳଖ ଆସୁଥିବା ୟୁରିଆ ଏବେ ଆସିପାରୁ ନାହିଁ। ଚାଷ କାମ କରିବା ପାଇଁ ସମୟ ଅନୁକୂଳ ହୋଇଯାଇଥିବା ବେଳେ ସାରର ଅଭାବ ଏବେ ଚାଷୀଙ୍କ ସମସ୍ୟା ବଢ଼ାଇଛି।

ରେକ୍ ପଏଣ୍ଟ ବନ୍ଦ ଥିବାରୁ ଏବେ ଟ୍ରେନରେ ସାର ସୁନ୍ଦୁରଗଡକୁ ଆସୁଛି। ଆଉ ତାପରେ ସଡ଼କପଥରେ ସାର ଝାରସୁଗୁଡାକୁ ଆସୁଛି। ତେଣୁ ପରିହନ ଚାର୍ଜ ଲାଗିବା ପରେ ଏବେ ସାର ଦାମ ଅଧିକ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ଆବଶ୍ୟକ ସାର ତୁଳନାରେ କମ୍ ସାର ମିଳିଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ ରାଜ୍ୟ କୃଷି ବିଭାଗକୁ ଅବଗତ କରାଇଥିବା ସିଡିଏଓ ପ୍ରଭାତ କୁମାର ମାର୍ଥା କହିଛନ୍ତି।

ଅନ୍ୟପଟେ ଜିଲ୍ଲାରେ ଥିବା କଣ୍ଟେନର କର୍ପୋରେସନ ଅଫ୍‌ ଇଣ୍ଡିଆର ଲଜିଷ୍ଟିକ୍‌ ପାର୍କ ରହିଛି। ଏଠାରେ ରେକ୍‌ ଆସି ଓହ୍ଳାଇପାରିବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ରେକ୍ ଓହ୍ଲାଇଲେ ଯେଉଁ ଦେୟ ଦେବାକୁ ହେବ ତାହା କେଉଁ ପାଣ୍ଠିରୁ ପରିଶୋଧ କରାଯିବ ସେ ନେଇ କୌଣସି ବ୍ୟବସ୍ଥା ନଥିବାରୁ ଏଠାରେ ସୁବିଧା ଥାଇ ରେକ୍‌ ଓହ୍ଲାଇ ପାରୁନି ବୋଲି ଜଣାପଡ଼ିଛି।

Related Articles

Leave a Reply

Back to top button
error: Content is protected !!