?????

ଜଣାଶୁଣା ଓଲିଉଡ ଗାୟିକା ତାପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଜଣାଶୁଣା ଓଲିଉଡ ଗାୟିକା ତାପୁ ମିଶ୍ର ଶନିବାର ବିଳମ୍ୱିତ ରାତିରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଖି ବୁଜିଛନ୍ତି। 36 ବର୍ଷୀୟ ଏହି କଣ୍ଠଶିଳ୍ପୀ ରାତି ପ୍ରାୟ 11ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ରହିଛି। ଗତ ମେ ମାସରେ କୋଭିଡରେ ସଂକ୍ରମିତ ହୋଇ ହସ୍ପିିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ଅକ୍ସିଜେନ ସ୍ତର କମି ଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ଗତ ଦୁଇ ଦିନ ହେବ ଅକ୍କିଜେନ ସ୍ତର ଅଧିକ ହ୍ରାସ ପାଇଥିଲା।

ତାଙ୍କ ଅବସ୍ଥା ଧୀରେ ଧୀରେ ଶୋଚନୀୟ ହେଉଥିବାରୁ ତପୁଙ୍କୁ ECMO ଚିକିତ୍ସା ପାଇଁ କୋଲକାତା ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିଲା ବୋଲି ସୂଚନା ରହିଛି। ଏଥିପାଇଁ ତପୁଙ୍କ ଫ୍ୟାନ ଏବଂ ତାଙ୍କ ସହକର୍ମୀ ମାନେ ଆର୍ଥିକ ସହାୟତା କରିବା ପାଇଁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସଂସ୍କୃତି ବିଭାଗ କଳାକାର କଲ୍ୟାଣ ପାଣ୍ଠିରୁ ତାଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା।

Related Articles

Leave a Reply

Back to top button
error: Content is protected !!