?????

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା ବେଲପାହାଡ ଫଳାଫଳ

ଝାରସୁଗୁଡା: ବେଲପାହାଡରେ ବାଜି ମାରିଲା କଂଗ୍ରେସ । କାମ ଦେଲାନି ମନ୍ତ୍ରୀ ନବ ଦାସ ଏବଂ ସାସଂଦ ସୁରେଶ ପୂଜାରୀଙ୍କ ରଣନୀତି । ଆଗକୁ ଝାରସୁଗୁଡା ବ୍ରଜରାଜନଗରରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ବ୍ରଜରାଜନଗର ଅଧିନରେ ଥିବା ବେଲପାହାଡ ପୌରପାଳିକାରେ ବିଜେଡିରେ ପରାଜୟ ଶାସକ ଦଳ ବିଜେଡି ପାଇଁ ସତର୍କ କରାଇଛି।

ବେଲପାହାଡ଼ ପୌରାଞ୍ଚଳ ଫଳାଫଳ

ବେଲପାହାଡ଼ ପୌରାଞ୍ଚଳରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନିମାଇଁ ଚରଣ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳର ହିତେଶ ଠକ୍କରଙ୍କୁ ୩୧୦୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେ ୯୧୬୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଦଳର ପ୍ରାର୍ଥୀ ହିତେଶ ଠକ୍କର ମାତ୍ର ୬୧୫୭ ଖଣ୍ଡ ଭୋଟ ପାଇଛନ୍ତି। ୧୯ଟି ୱାର୍ଡ଼ ମଧ୍ୟରୁ ୧୪ଟି  ୱାର୍ଡରେ ବିଜେଡି କାଉନ୍‌ସିଲରଙ୍କ ବିପୁଳ ବିଜୟ ହୋଇଛି। ବିଜେପିର ୩ କାଉନସିଲର ଓ କଂଗ୍ରେସର ୨ କାଉନସିଲର ବିଜୟୀ ହୋଇଛନ୍ତି ।

ବ୍ରଜରାଜନଗର ପୌରାଞ୍ଚଳ ଫଳାଫଳ

ବ୍ରଜରାଜନଗର ପୌରାଞ୍ଚଳରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ ଜଜ୍ଞସେନ ଓରାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮,୯୮୨ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଓରାମ ୨୨,୦୮୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରୀତାରାଣୀ ଧୁରୁଆ ମାତ୍ର ୧୩ ହଜାର ୧୦୩ ଖଣ୍ଡ ଭୋଟ ପାଇଛନ୍ତି। ବ୍ରଜରାଜନଗରରେ ୨୩ଟି ଆସନରୁ ବିଜେଡି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି, ବିଏସପି ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସ ଖାତା ଖୋଲିପାରିନି।

ଝାରସୁଗୁଡା ପୌରାଞ୍ଚଳ ଫଳାଫଳ

ଝାରସୁଗୁଡ଼ା ପୌରାଞ୍ଚଳରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ ରାଣୀ ହାତୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬୨୬୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେ ୨୬,୭୨୯ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତ୍ରିନାଥ ଗୁଆଳ ମାତ୍ର ୨୦ ହଜାର ୫୬୭ ଭୋଟ୍ ପାଇଛନ୍ତି।  ଝାରସୁଗୁଡ଼ା ପୌରାଞ୍ଚଳର ୨୪ଟି ଓ୍ୱାର୍ଡରୁ ବିଜେଡି ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଛି।

କାହିଁକି ବେଲପାହାଡରେ ବିଜେଡି ହାରିଲା?

କଂଗ୍ରେସ ପ୍ରାର୍ଥୀ ନିମାଇ ଚରଣ ପଣ୍ଡା ଜଣେ ପୂର୍ବତନ କାଉନସିଲର ଥିଲେ ଏବଂ ଅନେକ ବିକାଶମୂଳକ କାମ ସହିଚ ଜଡିତ ଥିଲେ । ତେଣୁ ସ୍ଥାନୀୟ ଜନସାଧାରଣଙ୍କର ତାଙ୍କୁ ସମର୍ଥନ କରିଛନ୍ତି। ସେହିପରି ବିଜେଡିରେ ଥିବା କନ୍ଦଳର ଫାଇଦା ମଧ୍ୟ ନିମାଇଁଙ୍କ ସପକ୍ଷରେ ଯାଇଛି। ଅନ୍ୟପଟେ ବ୍ରଜରାଜନଗରରେ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଦଳୀୟ କନ୍ଦଳ ବଢିଛି ବୋଲି କୁହାଯାଉଛି। ତେଣୁ ବେଲପାହାଡରେ ଭୋଟ୍ ବିଭାଜନ ହୋଇଛି।

Related Articles

Leave a Reply

Back to top button
error: Content is protected !!