?????

୫-ଟି ଅଧୀନରେ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ

ଭୁବନେଶ୍ୱର: à­«-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ। ଯେଉଁଥିପାଇଁ à­­à­«à­¦ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

ସ୍ୱାସ୍ଥ୍ୟସେବା ଅଧିବେଶନରେ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା – ‘ଆମ ହସ୍ପିଟାଲ ଏବଂ ବିଏସକେଓ୍ୱାଇ’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ। ଏହି ସମୟରେ ରାଜ୍ୟରେ ସାତୋଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି, ଆଉ ୪ଟି କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଥିବା ଶାଳିନୀ ପଣ୍ଡିତ କହିଛନ୍ତି। କଳାହାଣ୍ଡି, ତାଳଚେର, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଥିବା କୁହାଯାଉଛି।

ଅନ୍ୟପଟେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡ଼ା ଓ ଭଦ୍ରକରେ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ସ୍ପେଶାଲିଟି ହସ୍ପିଟାଲ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବଂ ଚଳିତ ବର୍ଷ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସମ୍ପ୍ରସାରଣର ଅଂଶବିଶେଷ ସ୍ୱରୂପ ଓଡ଼ିଶା ବାହାରେ ଆହୁରି ୫୦୦ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ସେହିପରି ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ ଛାତ୍ର ପରିଣତ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି।

 

Related Articles

Leave a Reply

Back to top button
error: Content is protected !!