?????

ଚାରି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ, ଆଜି ରାତିରୁ ବର୍ଷା ଆରମ୍ଭ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍ ଏବେ ଗଭୀର ଅବପାତର ରୂପ ନେଇ ସାରିଛି। ଏହି ବାତ୍ୟା 26 ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହି ବାତ୍ୟାକୁ ଆଇଏମଡି ଅତି ଭୀଷଣ ବାତ୍ୟା ବୋଲି କହିସାରିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି 155 କି.ମିରୁ 165 କି.ମି ରହିବ। ଅତିବେଶୀରେ ଘଣ୍ଟାପ୍ରତି 185 କି.ମି ବେଗରେ ପବନ ହୋଇପାରେ।

ଏହାର ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଆସନ୍ତାକାଲି ଠାରୁ ଉତ୍ତର ଉପକୂଳରେ ବର୍ଷା ହେବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ ଉମଶଙ୍କର ଦାସ କହିଛନ୍ତି, ବାତ୍ୟା ୟାସର ପ୍ରଭାବ ମୁଖ୍ୟତଃ ଚାରି ଜିଲ୍ଲା ଉପରେ ଅଧିକ ରହିବ। ଏହି ଚାରି ଜିଲ୍ଲାରୁ ରେଡ୍ ଓ୍ନାର୍ଣ୍ଣିଂ ଜାରି କରାଯାଇଛି। ଏହି ଚାରି ଜିଲ୍ଲା ହେଲେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏହି ଚାରି ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବହିବ ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମିଶ୍ର। ବାତ୍ୟା ମୁକାବିଲା ପାଇଁ ଚାରି ଜିଲ୍ଲାରେ ଆବଶ୍ୟକ ପରିମାଣରେ ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ମୁତ୍ତୟନ କରିଛି ପ୍ରଶାସନ।

Related Articles

Leave a Reply

Back to top button
error: Content is protected !!