?????

ଜରୁରୀକାଳୀନୀ ଟିକା ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଲା ଜାଇଡସ କାଡିଲା

ନୂଆଦିଲ୍ଲୀ: ଦ୍ୱିତୀୟ ସ୍ୱଦେଶୀ ଟିକା କମ୍ପାନୀ ଜାଇଡସ କାଡିଲା ଏବେ ‘ଜାଇକୋଭ-ଡି’ ଟିକାକୁ ଜରୁରୀକାଳିନ ଭାବରେ ଅନୁମତି ମାଗିଛି। କେନ୍ଦ୍ର ସରକାରଙ୍କ ‘​ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’​ଙ୍କୁ (ଡିସିଜିଆଇ)କୁ ଏହି ଅନୁମତି ମାଗିଛି ଜାଇଡସ କାଡିଲା। ଏହା 12ରୁ ଅଧିକ ବୟସର ବର୍ଗର ଲୋକଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମାଗିଛି।

ଯଦି କେନ୍ଦ୍ର ଏହାକୁ ଅନୁମତି ଦେବ ତାହେଲେ ଟିକାକରଣରେ ଆହୁରି ଗତି ଆଣିବ ଏହି ଟିକା। ବର୍ଷକୁ 12 କୋଟି ଟିକା ତିଆରି କରିପାରିବାର କ୍ଷମତା ରଖିଥିବା ଏହି କମ୍ପାନୀ ଅନୁମତି ପାଇଲେ ଦେଶର ପଞ୍ଚମ ଟିକା ହେବ।

ଏହାର ସଫଳତା ହାର 66.6 ରହିଛି। ମଧ୍ୟମ ଧରଣର ରୋଗ କ୍ଷେତ୍ରରେ ଏହା ଶତ ପ୍ରତିଶତ ଫଳପ୍ରଦ। ଏହି ଟିକା 12ରୁ 18 ବର୍ଷ ବୟସର ପିଲାଙ୍କ ପାଇଁ ନିରାପଦ ବୋଲି କୁହାଯାଇଛି।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍‌ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ, ରୁଷିଆର ସ୍ପୁଟନିକ୍‌-ଭି ଏବଂ ଆମେରିକାର ମଡର୍ଣ୍ଣା କମ୍ପାନୀ ଅନୁମତି ପାଇସାରିଛନ୍ତି। ଏହି ଟିକା ଅନ୍ୟ ଟିକା ଅପେକ୍ଷା ଭିନ୍ନ। ବିନା ଛୁଞ୍ଚିରେ ଏକ ଆପ୍ଲିକେଟର ମାଧ୍ୟମରେ ଏହି ଟିକା ଦିଆଯିବ।

Related Articles

Leave a Reply

Back to top button
error: Content is protected !!