?????

ଏଟିଭିଏମ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ

ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀ ମାନେ ଏଣିକି ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ନଯାଇ ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ଦ୍ୱାରା ଅନ ଲାଇନରେ ସେମାନଙ୍କର ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ। ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ଦେୟ ମାଧ୍ୟମ ବ୍ୟବହାର କରିପାରିବେ।

ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ସାଇଟ୍ ଉପଯୋଗ କରିବାକୁ ପଡିବ। ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ରେ ପଞ୍ଜିକରଣ କରିବାକୁ ପଡିବ। ଯଦି, ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରାଯାଇପାରିବ। ଲଗଇନ୍ ହେବା ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର ଦର୍ଶାଇବାକୁ ପଡିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରିବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମ ରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡିବ।

Related Articles

Leave a Reply

Back to top button
error: Content is protected !!