?????

ସୋଶିଆଲ ମିଡିଆରେ ଡିଜିଟାଲ ସୁନ୍ଦରୀ, ସତର୍କ କରାଇଲା ପୁଲିସ

ଭୁବନେଶ୍ୱର: ସୋଶିଆଲ ମିଡିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ । ଏମାନେ ଅଶ୍ଲୀଳ ଚାଟିଂ, ଭିଡିଓ କଲିଂ କରି ଲୋକଙ୍କୁ ବ୍ଲାକମେଲିଂ କରୁଛନ୍ତି । ତେଣୁ ଏମାନଙ୍କଠୁ ସତର୍କ ରହିବା ପାଇଁ ଓଡିଶା ପୁଲିସ ଅପିଲ୍ କରିଛି । ଏଥିପାଇଁ ଟୁଇଟ୍ କରି ଲୋକଙ୍କୁ ସତର୍କ କରାଇଛି ଓଡିଶା ପୁଲିସ।

ଓଡିଶା ପୁଲିସ ଟୁଇଟ୍ କରି କହିଛି, ମହିଳାମାନଙ୍କ ସମେତ ଅନେକ ଠକ ସୋଶିଆଲ ମିଡିଆରେ ପ୍ରଥମେ ପ୍ରେଣ୍ଡସିପ୍ ରିକ୍ୟୁଏଷ୍ଟ ପଠାଉଛନ୍ତି। ଏହାପରେ ସମ୍ଭାବ୍ୟ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଠକମାନେ ପ୍ରାୟତଃ ଚାଟ୍ କରି କିମ୍ବା ଭିଡିଓ କଲରେ ଆକର୍ଷିତ କରି ବ୍ଲାକମେଲିଂ କରୁଛନ୍ତି। ଏପରି କାରବାର ନକଲି ଆକାଉଣ୍ଟ ଜରିଆରେ ସଫଳ ହେଉଛି। ଆଉ ଅପରାଧୀମାନେ ସେମାନଙ୍କର ଭିଡିଓକୁ ସାର୍ବଜନୀନ କରିବାକୁ ଧମକ ଦେଇ ପୀଡ଼ିତାଙ୍କୁ ବ୍ଲାକମେଲ କରନ୍ତି ଏବଂ ପୀଡ଼ିତାଙ୍କୁ ଏଥିରୁ ନିସ୍ତାର ଦେବା ପାଇଁ ମୋଟା ଅଙ୍କର ପଇସା ଆଦାୟ କରନ୍ତି।

ତେଣୁ ଅଜଣା ବ୍ୟକ୍ତି କିମ୍ବା ଅଜଣା ନମ୍ବରରୁ ଭିଡିଓ କଲ୍ ଆସୁଥିଲେ ସତର୍କ ରହିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ନିବେଦନ କରିଛି।

Related Articles

Leave a Reply

Back to top button
error: Content is protected !!