?????

ରାଜ୍ୟରେ 25 ଲକ୍ଷ କିଶୋରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ 15 ରୁ 18 ବର୍ଷ ପିଲା (କିଶୋର)ଙ୍କୁ ଦିଆଯିବ ଟିକା। ଏହାଦ୍ୱାରା 25 ଲକ୍ଷ 53 ହଜାର କିଶୋର ଉପକୃତ ହେବେ । 60 ବର୍ଷରୁ ଉର୍ଦ୍ଧ୍ବ 52 ଲକ୍ଷ 37 ହଜାର ବ୍ୟକ୍ତି ମଧ୍ୟ କେନ୍ଦ୍ରର ନିୟମ ଅନୁସାରେ ତୃତୀୟ ଡୋଜ ବା ବୁଷ୍ଟର ଡୋଜ ନେବେ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ ଡୋଜ ଦିଆଯିବ । ସେହିପରି ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧା 7 ଲକ୍ଷ 5 ହଜାର ରହିଛନ୍ତି । ତେବେ 15 ରୁ 18 ବର୍ଷ ବର୍ଗର ପିଲାଙ୍କୁ ଟିକା ନେବାକୁ ହେଲେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା ଜରାଯିବ। ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ। ତେବେ ଏହି ବର୍ଗର ପିଲାଙ୍କ ପାଇଁ ଉଭୟ ଭାରତ ବାୟୋଟେକ ଏବଂ ସେରମ୍ ଇନଷ୍ଟିଚ୍ୟୁଟ କମ୍ପାନୀର ଟିକା ଅନୁମତି ପାଇଛି । କିନ୍ତୁ କେଉଁ ଟିକା ଦିଆଯିବ ତାହା ସ୍ଥିର ହୋଇନି । କେନ୍ଦ୍ରର ମାର୍ଗଦର୍ଶିକା ଆସିବା ପରେ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ସେହିପରି ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ପ୍ରିକେସନ ଡୋଜ (ବୁଷ୍ଟର) ହିସାବରେ ସେହି ଟିକା ନେବା କଥା । ବର୍ତ୍ତମାନ 2600 ସେସନ ସାଇଟରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ 8ଟି ମୋବାଇଲ ଭ୍ୟାନ ବୁଲି ଟିକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ 29 ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ 30 ଲକ୍ଷ ଲୋକ ବାକି ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଏହି ବରିଷ୍ଠ ଅଧିକାରୀ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!