?????

ଏଥର କିନ୍ତୁ ମୋବାଇଲ ଚୋରି କରି ଖସିପାରିଲାନି ଆଜାଦ୍

ଝାରସୁଗୁଡା: ମୋବାଇଲ ଚୋରି ଅଭିଯୋଗରେ ଯୁବକ ଗିରଫ । ଅଭିଯୁକ୍ତ ଜଣଙ୍କ ସୁନ୍ଦରଗଡ ତାଳସରା ଅଂଚଳର 24 ବର୍ଷୀୟ ମହମ୍ମଦ ଆଜାଦ୍ । ଗିରଫ ପରେ ଅଭିଯୁକ୍ତ ବାବଦରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ସମାନ କାମ କରିଥିବାରୁ ଅନେକ ଥାନାରେ ମହମ୍ନଦ ନାଁରେ ଅଭିଯୋଗ ରହିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ. ନଭେମ୍ବର 26ରେ ଝାରସୁଗୁଡାର ଶନି ମନ୍ଦିର ପାଖରେ ଦୀପକ ଶୁଖଓ୍ୱାଲ ନାମକ ବ୍ୟକ୍ତି ସଂଧ୍ୟା 6ଟା 30ରେ ରାସ୍ତା ଉପରେ ଛିଡା ହୋଇ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ନାଲି ହୋଣ୍ଡା ଆକ୍ଟିଭାରେ ଆସି ଦୀପକଙ୍କ ମୋବାଇଲକୁ ଚୋରି କରି ନେଇ ଖସିପଳାଇଥିଲା। ଏହାପରେ ଗୌଶାଳ ଗଳିରେ ରତିରଞ୍ଜନ ମହାକୁଡ ନାମକ ବ୍ୟକ୍ତିଙ୍କ ପାଖରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା। ତେବେ ଦୀପକ ଏ ନେଇ ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଆଉ ସୁନ୍ଦରଗଡ ଯାଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ପୁଲିସ କହିଛି ଅଭିଯୁକ୍ତ ନାଁରେ ଅନେକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି।

Related Articles

Leave a Reply

Back to top button
error: Content is protected !!