?????
ବ୍ରଜରାଜନଗରକୁ ଆମ୍ୱୁଲାନ୍ସ ଯୋଗାଇ ଦେବାକୁ ଦାବି

ବ୍ରଜନରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଏକ ପୁରୁଣା ଅଞ୍ଚଳ। ଏଠାରେ ପାଖାପାଖି 1 ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏଠାରେ ଗୋଟିଏ ସିଏଚସି ଓ ଦୁଇଟି ପିଏଚସି ରହିଛି। କିନ୍ତୁ ଏହି ଅଞ୍ଚଳ ପାଇଁ ଗୋଟିଏ ହେଲେ ଆମ୍ୱୁଲାନ୍ସ ନାହିଁ। ଦୀର୍ଘ ଦିନ ଧରି ଲୋକମାନେ ଆମ୍ୱୁଲାନ୍ସ ପାଇଁ ଦାବି କରୁଛନ୍ତି। ହେଲେ ଏଯାଏ ସମସ୍ୟାର ସମାଧାନ ହୋଇନି। ତେଣୁ ଏହି ସମସ୍ୟାର ସମାଧାନ ଦାବି କରି ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିନିଧି ତଥା ବିଜେପି ନେତା ଝରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି।
ଲୋକଙ୍କ ବଢୁଥିବା ଦାବିକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି, ବ୍ରଜରାଜନଗର ପୌରପାଳିକା ପାଇଁ ଏକ ଆମ୍ବୁଲାନ୍ସ ଯୋଗେଇଦେବା ଦରକାର। ସୂଚନା ଏବଂ ଆଵଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନିମନ୍ତେ ଏହାର ଏକ ନକଲ ସେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ପାଖକୁ ମଧ୍ୟ ପଠାଇଛନ୍ତି।