?????

ସୋମବାରଠୁ ଖୋଲିବ ସ୍କୁଲ୍, ପାଠ ପଢ଼ା ସମୟକୁ ନେଇ ଅସନ୍ତୋଷ ଜାହିର କଲା ସଂଘ

ଭୁବନେଶ୍ୱର: ରାଜ୍ୟରେ ତାତି କମିବା ନେଇ ସମ୍ଭାବନା ଦେଖା ଦେବାପରେ ସ୍କୁଲ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମେ ଦୁଇ ତାରିଖ ଅର୍ଥାତ ମଙ୍ଗଳବାର ଖୋଲିବ । ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ’ ୨ ତାରିଖରୁ ସମସ୍ତ ବିଦ୍ୟାଳୟରେ ସକାଳ ୬ଟାରୁ ୯ଟା ଯାଏ ପାଠ ପଢ଼ା ହେବ। ସମ୍ଭାବ୍ୟ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସ୍କୁଲ ସମୟରେ ଏପରି ପରିବର୍ତ୍ତନ କରିଛନ୍ତି ବୋଲି ଜଣାପଡିଛି । ଏବେ କିନ୍ତୁ ଏତେ ସକାଳୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ।

ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରତିକ୍ରିୟାରେ କହିଛନ୍ତି, ସକାଳ ୬ଟାରୁ ଶିକ୍ଷକ ହୁଅନ୍ତୁ ଅବ ଛୋଟ ଛୋଟ ପିଲା ସ୍କୁଲ ଆସିବା ଏତେ ସହଜ ନୁହେଁ । ତେଣୁ ସ୍କୁଲ ଖୋଲିବା ସମୟ ସକାଳ ୬ଟା ୩୦ କରାଯାଉ ବୋଲି ସଂଘ ଦାବି କରିଛି । ସେହିପରି ଏଲଆରପି କୋର୍ସ ପାଠ ପଢ଼ା ହେଲେ ଶିକ୍ଷକମାନଙ୍କର ୩୫ ଦିନ ଛୁଟି କମିଯିବ । ତେଣୁ ଶିକ୍ଷକଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉ ବୋଲି ସଂଘ ଦାବି କରିଛି ।

ସେ କହିଛନ୍ତି ନିୟମ ଅନୁଯାୟୀ, ପ୍ରାଥମିକ, ସେକେଣ୍ଡାରୀ ଏବଂ ଉଚ୍ଚ ସେକେଣ୍ଡାରୀ ସ୍କଲରେ ଜଣେ ଶିକ୍ଷକଙ୍କ ଛୁଟି ବର୍ଷକରେ ୮୪ ଦିନ ରହିଥାଏ । ଏବେ କିନ୍ତୁ କାଣ୍ଟଛାଣ୍ଟ କରି ୩୫ ଦିନ କମାଇଛନ୍ତି । ଉଚ୍ଚ ସେକେଣ୍ଡାରୀ ସ୍କୁଲରେ ଅଧିକ କ୍ଲାସ ନେଲେ ଯେମିତି ସେହି ଶିକ୍ଷକଙ୍କୁ ଅଧିକ ପଇସା ମିଳେ ସେହିପରି ପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମାନ ସୁବିଧା ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!