?????

8.5 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଝାରସୁଗୁଡ଼ା: ସୋମବାର ସକାଳେ ବିଟିଏମ୍ କଲୋନୀରୁ 8.5 କେଜି ଗଞ୍ଜେଇ ଜବତ । ଏହି ମାମଲାରେ ଜଣେ 27 ବର୍ଷୀୟ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ବିଟିଏମ୍ କଲୋନୀର ବୁଦ୍ଧେଶ୍ୱର ସ୍ୱାଇଁ। ଝାରସୁଗୁଡ଼ା ଅବକାରୀ ଅଧିକାରୀମାନେ ରେଡ୍ କରି ଏହି ଗିରଫ କରିଛନ୍ତି ।

ଝାରସୁଗୁଡ଼ା ଅବକାରୀ ଅଧୀକ୍ଷକ ଦିଲ୍ଲୀପ ପଲାଇ କହିଛନ୍ତି, ଆମ ପାଖରେ ବେଆଇନ ଗଞ୍ଜେଇ କାରବାରର ସୂଚନା ସୂଚନା ଥିଲା । ଏହାପରେ ବୁଦ୍ଧେଶ୍ୱର ସ୍ୱାଇଁଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିଲା । ରେଡ୍ ବେଳେ ତାଙ୍କ ପାଖରୁ 40 ହଜାର ଟଙ୍କା ଏବଂ 8.5 କେଜି ଗଞ୍ଜେଇ ଜବତ ମିିଳିିଛି । ଅବକାରୀ ଅଧକାରୀ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ବୁଦ୍ଦେଶ୍ୱର ବିଭିନ୍ନ ଅବକାରୀ ମାମଲାରେ ସଂପୃକ୍ତ ଥିଲା ।

Related Articles

Leave a Reply

Back to top button
error: Content is protected !!