?????

ଦିବଂଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଜିଲ୍ଲାର ଲୋକପ୍ରିୟ ନେତା ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ନବଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପରିବାର ବର୍ଗ ଏବଂ ଆତ୍ମୀୟସ୍ୱଜନଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଛି। ଏହି ଅବସରରେ ହଜାର ହଜାର ଲୋକ ଏକାଠି ହୋଇଛନ୍ତି।

ସ୍ମୃତିଚାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ବେଳେ ନବ ଦାସଙ୍କ ପତ୍ନୀ, ପୁଅ ବିଶାଲ ଏବଂ ଝିଅ ଦୀପାଳି ଓ ପରିବାରବର୍ଗ ମଞ୍ଚରେ ଉପସ୍ଥିତ ଥିଲେ। ଏହି ସମୟରେ ବିଶାଲ ଏବଂ ଦୀପାଳି ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ନିଜ ପ୍ରିୟ ନବା ଦା ତଥା ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ ସଭାରେ ଯୋଗ ଦେବାକୁ ଜିଲ୍ଲା ତଥା ରାଜ୍ୟର ଅନେକ ନେତା ଉପସ୍ଥିତ ଥିଲେ। ଝିଅ ଦୀପାଳି ଓ ପୁଅ ବିଶାଲ ଉଭୟ ମଞ୍ଚରେ ନିଜ ବାପାଙ୍କୁ ମନେ ପକାଇ କାନ୍ଦିପକାଇଥିଲେ। ଆଉ ତାଙ୍କ ବାପା ଗୋଟିଏ ବଡ଼ ପରିବାର ତାଙ୍କ କାନ୍ଧକୁ ଦେଇ ଯାଇଛନ୍ତି ବୋଲି କହିଥିଲେ।

 

 

Related Articles

Leave a Reply

Back to top button
error: Content is protected !!