?????

ଟିକା ନେବା ପରେ ରାଜ୍ୟରେ 18 ହଜାରରୁ ଅଧିକ କରୋନାରେ ସଂକ୍ରମିତ

ଭୁବନେଶ୍ୱର:କରୋନା ଟିକା ନେବା ପରେ ଗୁରୁତର ହେବା ଏବଂ ମୃତ୍ୟୁ ହାରରେ ପୂର୍ବ ଅପେକ୍ଷା ବ୍ରେକ ଲାଗିଛି। ହେଲେ ସଂକ୍ରମିତ ହେବା ନେଇ କୌଣସି ଆଖି ଦୃଶିଆ ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିିଳିଛି। ରାଜ୍ୟରେ ଏଯାବତ 18,805ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଡବଲ ଟିକା ନେବା ପରେ 836 ଜଣ ସଂକ୍ରମିତ ହୋଇଥିବା ବେଳେ ସିଙ୍ଗେଲ ଡୋଜ ନେବା ପରେ 10,409 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

କରୋନା ଟିକାର ଦୁଇଟି ଡୋଜ୍‌ ନେବାର 14ଦିନ ପରେ 5039 ଜଣ ସଂକ୍ରମିତ ହୋଇଥିଲେ। ସେହିପରି ରାଜଧାନୀରେ 1705ଜଣ ସଂକ୍ରମିତ ହୋଇଥିବାବେଳେ 2527ଜଣ ଦ୍ୱିତୀୟ ଡୋଜ୍ ଏବଂ 1890ଜଣ ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହୋଇଛନ୍ତି।

ବରଗଡ଼ ଜିଲ୍ଲାରେ ପ୍ରଥମ ଡୋଜ୍ ପରେ 5ଜଣ ଓ ଦ୍ୱିତୀୟ ଡୋଜ୍ ପରେ 42 ଜଣ, ନୂଆପଡ଼ାରେ ପ୍ରଥମ ଟିକା ପରେ 4 ଓ ଦ୍ୱିତୀୟ ଡୋଜ ପରେ 62ଜଣ, ମାଲକାନାଗିରିରେ 322, ପୁରୀରେ 255, କନ୍ଧମାଳରେ 245ଜଣ, ବାଲେଶ୍ୱରରେ ମାତ୍ର 4, ନବରଙ୍ଗପୁର 6, ଅନୁଗୁଳ 8 ଓ ସୋନପୁରରେ 11, କେନ୍ଦୁଝରରେ 120, ମୟୂରଭଞ୍ଜରେ ସର୍ବାଧିକ 621 ସଂକ୍ରମିତ ହୋଇଥିିବା ଜଣାପଡ଼ିଛି। ମୋଟ୍ ଉପରେ ପ୍ରଥମ ଡୋଜ୍ ପରେ 0.09 ପ୍ରତିଶତ ଓ ଦ୍ୱିତୀୟ ଡୋଜ୍ ପରେ 0.25 ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି।

Related Articles

Leave a Reply

Back to top button
error: Content is protected !!