?????

ଝାରସୁଗୁଡାରେ ପ୍ରତିଷ୍ଠା ଦିବସ ପାଳିଲା ବିଜେଡି

ଝାରସୁଗୁଡା: ରବିବାର ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଝାରସୁଗୁଡାରେ ସକାଳ ୯ଘଣ୍ଟା ୩୦ ମିନିଟରେ ବଡମାଲ ଵିଜୁ ପଟ୍ଟନାୟକ ଛକରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏବଂ ଜିଲ୍ଲା ବିଜେଡି ସଭାପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଦଳୀୟ କର୍ମକର୍ତାଙ୍କ ଉପସ୍ଥିତିରେ ଵିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ଏହା ପରେ ପ୍ରସନ୍ନ ପଣ୍ଡା ଛକରେ ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ ଏହା ପରେ ଦଳୀୟ କର୍ମକର୍ତା ମାନେ ଡ଼ା ଭୀମ ରାଓ ଆମ୍ବେଦକରଙ ଏବଂ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।

ଅପରାହ୍ନ ୩-୩୦ମିନିଟ ସମୟରେ ଝାରସୁଗୁଡ଼ା କାଲିମନ୍ଦିର ରୋଡ ସ୍ଥିତ ରାଉତ ରାଏ ବଗିଚା ରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିଲା। ଏହୀ କାର୍ଯ୍ୟକ୍ରମରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ବିଧାୟକ ଝାରସୁଗୁଡ଼ା ଶ୍ରୀଯୁକ୍ତ ନବକିଶୋର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ତାପସ ରାୟ ଚୌଧୁରୀ , ବରିଷ୍ଟ ସଦସ୍ୟ ଶ୍ରୀ ରବି ଶିଙ୍ଗ , ଶ୍ରୀ ଗଙ୍ଗାଧର ଗଡ଼ନାୟକ , ଟାଉନ ସଭାପତି ଶ୍ରୀ ସନ୍ଦୀପ ଅଵସ୍ତୀ , ରାଜ୍ୟ ସମ୍ପାଦକ ଶ୍ରୀ ତ୍ରିନାଥ ଗୂଆଲ ଜିଲ୍ଲା ଉପସଭାପତି ଶ୍ରୀ ମନୋରଞ୍ଜନ ମହାପାତ୍ର ଜିଲ୍ଲା ଉପସଭାପତି ଶ୍ରୀ ରାଜୁ ପାଣିଗ୍ରାହୀ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଜୟକୁମାରୀ ପଟେଲ , ଜିଲ୍ଲା ଏସ ସି ସେଲ ସଭାପତି ଶ୍ରୀ ଜୟପ୍ରକାଶ କୁଅଁର , ଜିଲ୍ଲା ଅଳ୍ପସଂକ୍ଷକ ସଭାପତି ଜାହିଦ କୁରେସୀ ମଞ୍ଚାସୀନ ରହି ବିଜୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୁଣ ଗାନ କରିବା ସହ ସମସ୍ତେ ମିଶି ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠା କୁ ଟାଣ କରିବା ସହିତ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଝାରସୁଗୁଡ଼ା ଶରୀର ନବକିଶୋର ଦାଶଙ୍କ ହାତ ମୁଠାକୁ ଟାଣ କରି ଝାରସୁଗୁଡ଼ା ଜିଲ୍ଲା କୁ ଉନ୍ନତି କରିବା ସଙ୍ଗେ ସଙ୍ଗେ ଵିଜୁ ବାବୁ ଦେଖିଥିବା ସ୍ବପ୍ନର ଓଡ଼ିଶା ଗଠନ ପାଇଁ ସଂକଳ୍ପ ବଦ୍ଧ ହେବା ବୋଲି ବକ୍ତବ୍ୟ ରଖି ଥିଲେ।

ଅପରାହ୍ନ ୪-୩୦ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ବାସୀଙ୍କୁ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମକୁ ସନ୍ଦୀପ ଅବସ୍ତି ପରିଚାଳନା କରିଥିବା ବେଲେ ସୂର୍ଯ୍ୟକାନ୍ତି ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଶେଷରେ ମନୋରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର୍ଯକ୍ରମ ରେ ବିଜୁ ଜନତା ଦଳର ସର୍ବ ଶ୍ରୀ ପିଣ୍ଟୁ ପାଢ଼ୀ, ସିଦ୍ଧାର୍ଥ ସରକାର, ଗୋବିନ୍ଦ ସିଙ୍ଘାଣିଆ,ତୁଳସୀ ଦାସ,ସୁବାଷ କେଡ଼ିଆ,ଆଶିଷ ଶର୍ମା, ବନ୍ଟି ମଲ୍ଲିକ, ଶଶୀ ତିବାରୀ,ଲିଙ୍ଗରାଜ ମହାପାତ୍ର , ଶ୍ରୀମତୀ ସରିତା ଅଗ୍ରୱାଲ ,ରୁବିନା ଖାନ, ବେଳା ଥାପା, ଲକ୍ଷ୍ମୀ ଥାପା ,ଦୀପା ନାୟକ , ଦୀପା ବହିଦାର ପ୍ରଭୁତି ଉପସ୍ଥିତ ଥିଲେ ।

Related Articles

Leave a Reply

Back to top button
error: Content is protected !!