ରହସ୍ୟଜନକ ଭାବରେ ମହିଳାଙ୍କ ମୃତ୍ୟୁ, ସ୍ୱାମୀ ନାଁରେ ଏତଲା

0
60

ଝାରସୁଗୁଦା: ଶନିବାର ସକାଳେ ଜିଲ୍ଲାର ବିଜୁନଗରରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତ୍ୟର କାରଣ ଜଣାପଡ଼ିନାହିଁ। ମୃତକଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ଶବ ବ୍ୟବଚ୍ଛେଦ କକାଇଛି।

ମୃତ ବ୍ୟକ୍ତିଙ୍କ ନାମ ପୁନମ ୱାଦେକର (39)। ଦୁଇ ବର୍ଷ ହେବ ସେ ବିବାହ କରିଥିଲେ। ଏଠାରେ ଏକ ଭଡ଼ା ଘରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ ବୋଲି ଜଣାପଡିଛି। ଜୁଲାଇ 14ରେ ଦମ୍ପତିଙ୍କ ମଧ୍ୟକେ ଝଗଡା ହୋଇଥିଲା। ପରେ ମହିଳା ଜଣଙ୍କ ବିଷ ପିଇଥିଲେ। ଏହାପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ତାଙ୍କ ସ୍ୱାମୀ। ଜିଲ୍ଲା ହସ୍ପିଟାଲରୁ ସୁସ୍ଥ ହେବା ପରେ ମହିଳା ଜଣଙ୍କ ତାଙ୍କ ସାନ ଭଉଣୀଙ୍କ ପାଖରେ ଥିଲେ। ପରେ ମହିଳାଙ୍କ ସ୍ୱାମୀ ଘରକୁ ଫେରାଇ ନେଇ ଆସିଥିଲେ ତାଙ୍କ ସ୍ତ୍ରୀଙ୍କୁ। କିନ୍ତୁ ଶୁକ୍ରବାର ସେ ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କ ସ୍ୱାମୀ ତାଙ୍କୁ ସାମଲେଶ୍ୱରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ସାଲାଇନ୍ ଦିଆଯାଇଥିଲା ପରେ ସେ ଘରକୁ ଫେରିଆସିଥିଲେ।

ଶନିବାର ଯେତେବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଡାକିଥିଲେ ସେ ଆଉ ଉଠି ନଥିଲେ। ପରେ ମୃତକଙ୍କ ସ୍ୱାମୀ ତାଙ୍କ ଶାଳୀଙ୍କୁ ଖବର ଦେଇଥିଲେ। ଏହାପରେ ମୃତକଙ୍କ ସାନ ଭଉଣୀ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ ଯେ ମହିଳା ଜଣଙ୍କ ମୃତ୍ୟୁ ପଛର କାରଣ ତାଙ୍କ ସ୍ୱାମୀ। ନିର୍ଯାତନା ଦେବାକୁ ତାଙ୍କର ମୃତ୍ୟୁ ଘଟିଛି।  ଝାରସୁଗୁଡା ଟାଉନ ଥାନାରେ ଏହି ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି।