?????

ରଡ ଚୋରି କରି ଟ୍ରକ ମାଲିକ ଏବଂ ଡ୍ରାଇଭର ଗିରଫ

ଝାରସୁଗୁଡା: ରଡ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟ୍ରକ ମାଲିକ ମହମ୍ମଦ ଅଫତାପ ଅନସାରୀ (35) ଏବଂ ଅନ୍ୟଜଣେ ରାକେଶ କୁମାର (39)। ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଦାମୋଦାର ନାଥ ହେଉଛନ୍ତି ଜଣେ ଟ୍ରାନସପୋର୍ଟ ବ୍ୟବସାୟୀ । ଏସଏମସି-2 ପ୍ଲାଂଟର ସେ ଜଣେ ଲାଇସେନ୍ସ ପ୍ରାପ୍ତ ଟ୍ରାନ୍ସପୋଟର । ତାଙ୍କୁ ଉତ୍ତର ପ୍ରଦେଶର ଅଜମତଗଡ଼କୁ 22 ଲକ୍ଷ 37ହଜାର 769 ଟଙ୍କାର 40.490 ଏମ୍‌ଟି ଆଇରନ୍‌ ରଡ ପଠାଇବାକୁ କାମ ମିଳିଥିଲା । ଏଥିପାଇଁ ଦାମୋଦର ସମ୍ବଲପୁର ଜିଲ୍ଲାର ଟ୍ରକ ମାଲିକ ଏମଡି ଅପତାବଙ୍କୁ ଯୋଗାଯୋଗକରି ରଡ୍ ନେବା କଥା କହିଥିଲେ। ଆଉ ସେ ରାଜି ହୋଇ ଡ୍ରାଇଭର ରାକେଶ ସହିତ ଟ୍ରକ ନେଇ ଆଜମଗଡ ଅଭିମୁଖେ ବାହାରିଥିଲେ। କିନ୍ତୁ ଦୀର୍ଘ ଦିନ ପରେ ବି ରଡ୍ ଠିକଣା ଜାଗାରେ ନପହଂଚିବାରୁ ଦାମୋଦରଙ୍କ ମନରେ ସନ୍ଦେହ ଉପୁଜିଲା । ଟ୍ରକ ମାଲିକ ଏବଂ ଡ୍ରାଇଭରଙ୍କୁ ଯୋଗାଯୋଗ କରିବାରୁ ଦାମୋଦରଙ୍କୁ ବିଭିନ୍ନ ଆଳ ଦେଖାଇଥିଲେ। ପରେ ରଡ୍ ଚୋରି ହୋଇଥିବା ସନ୍ଦେହ କରି ଦାମୋଦର ଏଫଆଇଆର ଦେଇଥିଲେ। ଏହାପରେ ବଡମାଳ ଆଇଆଇସି ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଆଉ ଅଭିଯୁକ୍ତଙ୍କୁ ବିହାରର ମୋତିହାରୀ ଏବଂ ଡ୍ରାଇଭର ମୁଜାଫରପୁରରୁ ପୁଲିସ ଗିରଫ କରିଛି। ଏଥିସହ 18 ଏମ୍‌ଟି ଆଇରନ ରଡ ଓ ଟ୍ରକକୁ ଜବତ କରିଛି ।

 

Related Articles

Leave a Reply

Back to top button
error: Content is protected !!