?????

ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ କର୍ମୀ

ଝାରସୁଗୁଡ଼ା: ଗୁରୁବାର ଝାରସୁଗୁଡ଼ା କାଲିମନ୍ଦିର ରୋଡ ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଲଖନପୂର୍ ଜୋନ ୧ ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହି ମିଶ୍ରଣ ପର୍ବରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ବିରୋଧୀ ଦଳର କର୍ମୀ ବିଜେଡିରେ ଯୋଗ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଯୋଗଦାନ କରି ଥିବାରୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଲଖନପୂର୍ ଜୋନ ୧ ର ପାର୍ଥି ଶ୍ରୀ ସନତ ସିଂ, ସୁଶ୍ରୀ ଦିପାଳି ଦାସ, ତାପସ ରାୟ ଚୌଧୁରୀ, ଜଗନ୍ନାଥ ଜେନା,ରବିରତ୍ନ ପ୍ରଧାନ , କୁସାସନ ପ୍ରଧାନ ଙ୍କ ଉପସ୍ଥିତ ରେ ଯୋଗ ଦେଇଥିଲେ । ଅନିଲ କୁମାର ବାରିକ,ସୁବଳ ଲୁହା, ତୁଲାମନି ମେହେର, ପରମେଶ୍ବର ବାହାନ, ରାଜେଶ ପ୍ରଧାନ, ପ୍ରଶାନ୍ତ ସୁନା,ରୋହିତ କୁମାର ଦୁରୁହା,ଉପେନ୍ଦ୍ର ଭୋଇ,ପିକୁ ମିଶ୍ର,କଳାକାର ଧୁରୁଆ ସମେତ ଶତାଧିକ କର୍ମୀ ଯୋଗଦାନ କରିଥିଲେ । ଆଜିର କାର୍ଯକ୍ରମ କୁ ପିଣ୍ଟୁ ପାଢ଼ୀ, ସିଦ୍ଧାର୍ଥ ସରକାର, ଅଶୋକ ଦାସ, ସୁବାଷ କେଡିଆ ପ୍ରଭୁତି ଆୟୋଜନ କରିଥିଲେ ।

Related Articles

Leave a Reply

Back to top button
error: Content is protected !!