?????

ଅସଲି ସିଗାରେଟ୍ ବ୍ରାଣ୍ଡ ଖୋଳ ଭିତରେ ନକଲି ସିଗାରେଟ୍

ଭୁବନେଶ୍ୱର: ଅସଲି ବ୍ରାଣ୍ଡ ଭଳି ଦେଖାଯାଉଥିବା ଖୋଳ ଭିତରେ ନକଲି ସିଗାରେଟ୍ । ରାଜ୍ୟରେ ଚାଲିଛି ନକଲି ସିଗାରେଟ କାରବାର। ଗୁଇନ୍ଦା ରିପୋର୍ଟ ଏବଂ ଇନଫୋ ଭ୍ୟାଲି ଥାନାର ମିଳିତ ରେଡ୍ ପରେ ସାମ୍ନାକୁ ଆସିଛି ରାଜଧାନୀରେ ରହି କିଭଳି ଚାଲିଥିଲା ନକଲି ସିଗାରେଟ୍ ବେପାର। ପୋଲିସ ଏବେ ଏହି ନକଲି ସିଗାରେଟ୍ ଉତ୍ପାଦନ ୟୁନିଟକୁ ସିଲ୍ କରିଛି।

ସୂଚନାନୁସାରେ, ଛତାବର ପଞ୍ଚାୟତ ଅନ୍ତର୍ଗତ ଆଲାକର ଗାଁରେ ଥିବା କାରଖାନାରେ H-10 ଏବଂ H-Star ବ୍ରାଣ୍ଡ ନାମରେ ନକଲି ସିଗାରେଟ୍ ଉତ୍ପାଦନ କରୁଥିଲା। ଏହି ସିଗାରେଟ କମ୍ପାନୀ ବିହାରରେ ରହିଥିବା ସୂଚନା ରହିଛି।

ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିହାରରେ ଅଧିକ ବିକ୍ରି ହେଉଥିବା ସିଗାରେଟ୍ କମ୍ପାନୀ ହେଉଛି H-10। କିନ୍ତୁ ଏଠାରେ ଏକ ନକଲି କାରଖାନା ତିଆରି କରାଯାଇ ସିଗାରେଟ୍ ତିଆରି ଚାଲିଥିଲା। ବିହାରରେ ଥିବା ଏହି ସିଗାରେଟ୍ କମ୍ପାନୀର ମାଲିକ ଏ ସମ୍ପର୍କରେ ଗୁଇନ୍ଦା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଛି। ଏହାପରେ ଏହି ଘଟଣା ସାମ୍ନାକୁ ଆସିଛି।ଚଢାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ସିଗାରେଟ୍ ଏବଂ ଗୁଟଖା ଜବତ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତି ଗଞ୍ଜାମର ରାଜା ରାଓ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଏହି ନକଲି ସିଗାରେଟ କମ୍ପାନୀ ବିଗତ ୨ ବର୍ଷ ହେବ ଏଠାରେ ପ୍ରସ୍ତୁତ ହେଉଥିଲା। ଏଠାରେ ମୁଖ୍ୟତଃ ଦୁଇଟି ପ୍ରକାରର ସିଗାରେଟ ରହିଥିଲା। ଗୋଟିଏ ଏଚ୍ ୧୦ ଆଉ ଗୋଟେ ଏସ ଷ୍ଟାର। ଯାହାକି ନାମୀ ଦାମୀ ବ୍ରାଣ୍ଡ ନାମରେ ନକଲି।

ଏହାଛଡା ଆଉ ଦୁଇଟି ନିଜସ୍ଵ ସିଗାରେଟ ମଧ୍ୟ ଏଠାରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। କିନ୍ତୁ ସବୁଥିରେ ବ୍ୟବହାର ହେଉଥିଲା ସମାନ ଉପାଦାନ। ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରି ଖୋର୍ଦ୍ଧା , କଟକ , ପୁରୀ , ଗଞ୍ଜାମ , ଗଜପତି ସହ ନୟାଗଡ଼ ଆଦି ଜିଲ୍ଲାକୁ ପଠାଯାଇଥିଲା ଏହି ନକଲି ସିଗାରେଟ। ରାଜ୍ୟ ବାହାରକୁ କହିଲେ ବିହାର, ଝାଡ଼ଖଣ୍ଡ , ପଶ୍ଚିମବଙ୍ଗ ଆଦିକୁ ମଧ୍ୟ ଯାଉଥିଲା ଏହି ନକଲି ସିଗାରେଟ।

Related Articles

Leave a Reply

Back to top button
error: Content is protected !!