?????

ଅତିରିକ୍ତ ଆଇ.ଏସ.ଓ କଣ୍ଟେନର ଓ ସିଲିଣ୍ଡର ଆହରଣ ପାଇଁ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ  ମନ୍ତ୍ରଣାଳୟ ଅଧୀନସ୍ଥ ତୈଳ ଓ ଗ୍ୟାସ ଉଦ୍ୟୋଗ କୋଭିଡ-୧୯ ବୈଶ୍ୱିକ  ମହାମାରୀର ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେମାନେ ବିଶେଷକରି ତରଳ ଅମ୍ଳଜାନ ପରିବହନର ପନ୍ଥା ନିର୍ଦ୍ଧାରଣ କରୁଛନ୍ତି ।

ବର୍ତ୍ତମାନ ସେମାନଙ୍କ ପାଖରେ ୧୨ଟି ଟ୍ୟାଙ୍କର ଓ ୨୦ଟି ଆଇଏସଓ କଣ୍ଟେନର ମହଜୁ୍‌ଦ ଅଛି । ଏହାର କ୍ଷମତା ହେଉଛି ୬୫୦ମେଟ୍ରିକ ଟନ୍  । ଏଇ ମାସ ଶେଷ ସୁଦ୍ଧା ୨୦ଟି ଟ୍ୟାଙ୍କର ଓ ୧୧୭ଟି ଆଇ.ଏସ.ଓ କଣ୍ଟେନରକୁ  ବୃଦ୍ଧି ପାଇବା ସହ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ । ଏଥିପାଇଁ ତରଳ ଅମ୍ଳଜାନ ସାମର୍ଥ୍ୟ ୨୩୧୪ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇବ ।

୧୯୪୦ମେଟ୍ରିକ ଟନ୍ ଗ୍ୟାସ ପାଇଁ ୯୫ଟି ଆଇ.ଏସ.ଓ କଣ୍ଟେନର କ୍ରୟ କରାଯାଉଛି ଓ ଏଥିଯୋଗୁଁ ଗ୍ୟାସ ସାମର୍ଥ୍ୟ ୧୯୪୦ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇବ । ୬୦୦ଟନ୍ ସାମର୍ଥ୍ୟ ଥିବା ୩୦ଟି ଆଇ.ଏସ.ଓ କଣ୍ଟେନର ପାଇଁ ବରାଦ ଦିଆଯାଇଥିବାବେଳେ ଅବଶିଷ୍ଟ ଆହରଣ ନିମନ୍ତେ ପ୍ରୟାସ ଜାରି ରହିଛି ।  ୪୦ରୁ ୫୦ ଲିଟର କ୍ଷମତା ବିଶିଷ୍ଟ ଦଶହଜାର ସିଲିଣ୍ଡର ପାଇଁ ଅର୍ଡର ଦିଆ ହୋଇଥିବା ବେଳେ ୧୫୦ରୁ ୫୦୦ ଲିଟର ଓ ୧୫୦ରୁ ୪୫୦ ଲିଟର କ୍ଷମତା ବିଶିଷ୍ଟ ବଡ ସିଲିଣ୍ଡର ପାଇଁ ବରାଦ ମଧ୍ୟ ହୋଇଥିବା ବେଳେ ଏଗୁଡିକ ଖୁବ୍ ଶୀଘ୍ର ପହଞ୍ଚିବା ଆଶା କରାଯାଉଛି ।

ଏହି କମ୍ପାନୀଗୁଡିକ ମଧ୍ୟ ତରଳ ଅମ୍ଳଜାନ ଆମାଦାନୀ କରୁଛନ୍ତି । ବାହାରିନ୍‌, ୟୁଏଇ, ସାଇଦି ଆରବ, କୁଏତ୍ ଓ ଥାଇଲାଣ୍ଡରୁ ୯୦୦ଟନ୍ ତରଳ ଅମ୍ଳଜାନ ଆମଦାନୀ କରାଯାଉଛି । ବରାଦ ମୁତାବକ କିଛି ପହଂଚିସାରିଥିବାବେଳେ, ଅବଶିଷ୍ଟ ଖୁବ୍ ଶୀଘ୍ର ପହଞ୍ଚିବ। ଏହାବ୍ୟତୀତ ୧୨,୮୪୦ଟନ ତରଳ ଅମ୍ଳଜାନ ବ୍ୟବସାୟିକ ଭିତ୍ତିରେ ଅଣାଯାଉଛି । ଏହାକୁ ମିଶାଇଲେ ମୋଟ ଆମଦାନୀ ପରିମାଣ ୧୩, ୭୪୦ଟନ୍‌କୁ ବୃଦ୍ଧି ପାଇବ ।

Related Articles

Leave a Reply

Back to top button
error: Content is protected !!