ଫିକା ପଡ଼ିଲା ଚାଲ୍, ଚୋରା ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଦୁଇ ଗିରଫ

ଝାରସୁଗୁଡା: ଗୁରୁବାର ଜିଲ୍ଲା ପୁଲିସ ଏକ ବଡ଼ ଧରଣର ଗଞ୍ଜେଇ କାରବାରର ଭଣ୍ଡାଫୋଡ କରିଛି। କାରରେ ଲୁଚେଇ ଗଞ୍ଜେଇ ନେଇ ଯାଉଥିବା ବେଳେ ଆଗୁଆ ସୂଚନା ପାଇ ଚେକିଂ କରୁଥିବା ପୁଲିସ ଏହି ବେଆଇନ କାରବାରକୁ ଧରି ପକାଇଛି। ମୋଟ୍ 74 କେଜି ମୂଲ୍ୟର 4 ଲକ୍ଷ ଟଙ୍କା ଗଞ୍ଜେଇ ଜବତ କରିଛି ପୁଲିସ। ଅଭିଯୁକ୍ତ ଦୁଇ ଜଣ ହେଲେ ଚିରଞ୍ଜିବୀ ନାୟକ (34) ଏବଂ ପୁରନ୍ଦର ମାଝୀ (37)। ଉଭୟ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବାସିନ୍ଦା ବୋଲି ଜଣାପଡ଼ିଛି।
ବେଆଇନ ଗଞ୍ଜେଇ କାରବାର ବାବଦରେ ପୁଲିସ ଆଗୁଆ ଇନପୁଟ ପାଇଥିଲା। ଏହାପରେ ସେପ୍ଟେମ୍ୱର 1 ପାଖରୁ ରାସ୍ତାରେ ଚେକିଂ ଆରମ୍ଭ କରି ଦେଇଥିଲା। ତେବେ ସେପ୍ଟେମ୍ୱର 1ରୁ ଜୁନାଗଡରୁ ସୁନ୍ଦରଗଡ ଆଡେ ଯାଉଥିବା ଏକ ହୋଣ୍ଡା ସିଟି କାରରେ ଏହି ବେଆଇନ ଗଞ୍ଜେଇ ଯାଉଥିବା ବେଳେ ପୁଲିସ ତଦନ୍ତ କରି ଗଞ୍ଜେଇ ଜବତ କରିଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏସ୍. ରେଶମା ଟେଟେଙ୍କ ନେତୃତ୍ୱରେ ଏହି ଗଞ୍ଜେଇ କାରବାର ହୋଇଥିଲା। ଏକ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ୍ ହୋଇ ଏହି 4 ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ମୋଟ୍ 74 କିଲୋଗ୍ରାମ ଗଞ୍ଜାର ମୂଲ୍ୟ 4 ଲକ୍ଷ ଟଙ୍କା ବୋଲି ଜଣାପ଼ଡ଼ିଛି। ଏହି ସମୟରେ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିବା ସହ ହଜାରେ ଟଙ୍କା ଜବତ କରିଛି। ଏଥିସହିତ ଅଭିଯୁକ୍ତଙ୍କ ଡ୍ରାଇଭିଂ ଲାଇସେନ୍ସ ଏବଂ ଆଧାର କାର୍ଡ ମଧ୍ୟ ଜବତ ହୋଇଛି।
ଥାନାଧିକାରୀ ବିକାଶ୍ ଚନ୍ଦ୍ର ଦାସ କହିଛନ୍ତି, “ଗଞ୍ଜେଇକୁ ନେବା ପାଇଁ ଅଭିଯୁକ୍ତ ମାନେ ନୂଆ କୌଶଳ ଆପଣାଇଥିଲେ। ସିଟ୍ ତଳେ ଏକ ଚାମ୍ୱର ତିଆରି କରି ତା ଭିତରେ ଏହି ଗଞ୍ଜେଇ ରଖିଥିଲେ। ଜେରା ବେଳେ ଗିରଫ ଅଭିଯୁକ୍ତ କହିଛନ୍ତି ସେମାନେ କିଭଳି କୋରାପୁଟ ଜିଲ୍ଲାରୁ ଗଞ୍ଜେଇ କିଣି ଏବଂ କୋଟା (ରାଜସ୍ଥାନ)କୁ ପଠାଉଥିଲେ। ଏହାପୂର୍ବରୁ ସେମାନେ ଆହ୍ଲାବାଦ, ବିଳାସପୁର, ନାଗପୁର ଅଞ୍ଚଳରେ ମଧ୍ୟ ଗଞ୍ଜେଇ ଯୋଗାଇଥିଲେ। ”