ଅତିରିକ୍ତ 20ଟି ଆଇସିୟୁ, 40ଟି ଅକ୍ସିଜେନ ସେବାର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

0
117

ଝାରସୁଗୁଡା: ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର। ଆଗକୁ ତୃତୀୟ ଲହରର ସମ୍ଭାବନା ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ସଜାଗ। ତୃତୀୟ ଲହରର ଭୟାବହତାକୁ ଆକଳନ କରି ବନ୍ଧବାହାଲଠରେ 150 ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି।

ଆଜି ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଅତିରିକ୍ତ 20ଟି ଆଇସିୟୁ ବିଶିଷ୍ଟ ବେଡ୍, 40ଟି ଅକ୍ସିଜେନ ପାଇପ୍ ଲାଇନ ବେଡ୍ ସହ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପାଇଁ ଗୋଟିଏ ଆଇସିୟୁ ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପଣ କରାଯିବା ଅବସରରେ ଏହି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହି ବେଡ୍ ଏବଂ ଅକ୍ସିଜେନ ପାଇଁ ଆବଶ୍ୟକ ପାଣ୍ଠି ଜିଲ୍ଲା ଖଣିଜ ଉନ୍ନୟନ ଯୋଗାଇ ଦେଇଛି। ଏହି ସ୍ୱାସ୍ଥ୍ୟ ସେବା ସୁଵିଧାକୁ ଭର୍ଚୁଆଲ୍ ମୋଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦସ ଉଦଘାଟନ କରିଛନ୍ତି।

ଏହି ଭର୍ଚୁଆଲ ଉଦଘାଟନୀ ସମାରୋହରେ ଜିଲ୍ଲାପାଳଙ୍କ ସହ ସାଂସଦ ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ବିମାନବନ୍ଦର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ।