?????
B.1.617 ଭେରିଆଣ୍ଟରେ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ିନି ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ B.1.617କୁ ଏକ ବିଶ୍ୱସ୍ତରୀୟ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ କରାଯାଇଛି। ଏଥିମଧ୍ୟରୁ କେତେକ ରିପୋର୍ଟରେ B.1.617 ଭାରିଆଣ୍ଟ ବିଷୟରେ ଉଲ୍ଲେଖ କରାଯାଇ ଏହାକୁ “ଭାରତୀୟ ଭାରିଆଣ୍ଟ” ଭାବେ ବର୍ଗୀକୃତ କରାଯାଇଛି। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ଖବରକୁ ଭିତ୍ତିହୀନ ଏବଂ ଏହାର କୌଣସି ଆଧାର ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଏଠାରେ ଏହା ସ୍ପଷ୍ଟ କରାଯାଉଛି ଯେ ଡବ୍ଲୁଏଚଓ ପକ୍ଷରୁ ପ୍ରକାଶିତ 32 ପୃଷ୍ଠା ବିଶିଷ୍ଟ ଦସ୍ତାବିଜରେ କରୋନା ଭୂତାଣୁର B.1.617 ଭାରିଆଣ୍ଟ ସହିତ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ା ଯାଇନାହିଁ।