?????

୭ ମାସ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଜେଏସଜି ଲାଇଭ ବ୍ୟୁରୋ: ସାରା ଦେଶରେ ଲୋକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି ପେଟ୍ରୋଲ ଓ ଡିଜେଲ ଦର। ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୪୦ ପଇସା ହ୍ରାସ ପାଇଇଛି। ନଭେମ୍ବର ଏକ ତାରିଖ ସକାଳ ୬ ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଅନ୍ତିମ ଥର ପାଇଁ ମେ ୨୨ରେ କେନ୍ଦ୍ର ସରକାର ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ। ଏହାପରେ ପାଖାପାଖି ୭ ମାସ ପରେ ତେଲ ଦର କମିଛି।

ସୋମବାର ସକାଳେ ତେଲ ଦର କନିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦୀର୍ଘ ସମୟ ଧରି ବ୍ୟାରେଲ ପିଛା ୯୫ ଡଲାରରୁ କମ୍ ରହିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ଶସ୍ତା ପେଟ୍ରୋଲ ଏବଂ ଡିଜେଲ ପାଇବେ ବୋଲି ଆଶା କରାଯାଉଥିଲା। ସନ୍ଧ୍ୟା ସୁଦ୍ଧା ୪୦ ପଇସା କମିବ ବୋଲି ଘୋଷଣା ହୋଇଛି।

୩୧ ଅକ୍ଟୋବର ସୋମବାର ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କାରେ ବିକ୍ରି ହୋଇଛି। ଏହା ବ୍ୟତୀତ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୬୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୨୪ ଟଙ୍କା ରହିଛି। ଏଥିସହିତ ପେଟ୍ରୋଲ ଲିଟର ପିଛା ୧୦୬.୦୩ ଟଙ୍କା ଏବଂ ଡିଜେଲ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସମସ୍ତ ସ୍ଥାନରେ ୪୦ ପଇସା ଦର ହ୍ରାସ ହୋଇଛି।

Related Articles

Leave a Reply

Back to top button
error: Content is protected !!