ଝାରସୁଗୁଡା ବ୍ରାହ୍ମଣ ମହିଳା ସମିତି ବୈଠକ ଆୟୋଜିତ
ଝାରସୁଗୁଡା: ଝଣ୍ଡା ଛକଠାରେ ଝାରସୁଗୁଡା ବ୍ରାହ୍ମଣ ମହିଳା ସମିତି ଦ୍ୱାରା ବୈଠକ ଆୟୋଜିତ ହୋଇଯାଇଛି । ରବିବାର ଶ୍ରୀମତୀ ମୋନିତା ମିଶ୍ରଙ୍କ ଦ୍ୱାରା ଏହି ବୈଠକ ଆୟୋଜିତ ହୋଇଥିଲା। ମହିଳାଙ୍କୁ ସଶକ୍ତ କରିବା ଏବଂ ଅସହାୟଙ୍କୁ କିଭଳି ସହଯୋଗ କରିହେବ ସେହି ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ଅବସରରେ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହାପରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ ହୋଇଥିଲା।
ପନିପରିବା କଟା ପ୍ରତିଯୋଗିତାରେ ଶାନ୍ତି ମିଶ୍ର ପ୍ରଥମ ପୁରସ୍କାରରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟରେ ଭାବନା ମିଶ୍ର ଏବଂ ତୃତୀୟରେ ସମୀକ୍ଷା ମିଶ୍ର ବିଜେତା ହୋଇଥିଲେ । ସେହିପରି ରଙ୍ଗୋଲି ପ୍ରତିଯୋଗିତାରେ ଅପର୍ଣ୍ଣା ପାଣ୍ଡେ ପ୍ରଥମ ପୁରସ୍କାର ପାଇଥିବା ବେଳେ ଦ୍ୱିତୀୟରେ ରିତୁ ମିଶ୍ର ଏବଂ ତୃତୀୟରେ ରୁଚି ମିଶ୍ର ବିଜେତା ହୋଇଥିଲେ । ସେହିପରି ଚତୁର୍ଥରେ ହେୟାର ଷ୍ଟାଇଲିଂରେ ପ୍ରଥମ ପୁରସ୍କାରରେ ବିଜୟୀ ହୋଇଥିଲେ ପିଙ୍କି ଶୁକ୍ଲା, ଦ୍ୱୀତୀୟରେ ନିତୁ ମିଶ୍ର ଏବଂ ତୃତୀୟରେ ପୂଜା ମିଶ୍ର।
ଏହି ବୈଠକରେ ମୋନିତା ମିଶ୍ର, ତରୁନା ତିୱାରୀ, ସ୍ୱପ୍ନିଲ ଅୱସ୍ତି, ଜ୍ୟୋତି ତିୱାରୀ, ସୀମା ମିଶ୍ର, ଅଭୟ ମିଶ୍ର, ଶାନ୍ତି ମିଶ୍ର, ଭବନ ମିଶ୍ର, ନୀତୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।