?????

ସ୍କୁଲ ଖୋଲିବାକୁ କହିଲେ ହାଇକୋର୍ଟ, ଅପେକ୍ଷା ସରକାରଙ୍କ ନିଷ୍ପତ୍ତିକୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ତେଣୁ ସ୍କୁଲ୍ ଖୋଲିବା ପାଇଁ ଶିକ୍ଷାବିତ୍ ତଥା ଅଭିଭାବକମାନେ ଦାବି କରିଛନ୍ତି । ଅନ୍ୟପଟେ ବୁଧବାର ହାଇକୋର୍ଟ ଏକ ପିଆଇଏଲର ଶୁଣାଣି କରି ସରକାରଙ୍କୁ 2 ମାସ ଭିତରେ ସ୍କୁଲ ଖୋଲିବାକୁ କହିଛନ୍ତି । ଜାନୁଆରୀ 24ରେ ମହାରାଷ୍ଟ୍ର (ଦେଶର ଟପ୍ କୋଭିଡ୍ ହଟସ୍ପଟ୍) ଭଳି ରାଜ୍ୟରେ ସ୍କୁଲ ଖୋଲିସାରିଛି । ସେହିପରି କେବଳ ମହାରାଷ୍ଟ୍ର ନୁହେଁ ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ମଙ୍ଗଳବାର ଦିନ ସ୍କୁଲ ଖୋଲିଛି। ଗୁରୁବାର ପଶ୍ଚିମବଙ୍ଗରେ ସ୍କୁଲ ଖୋଲିଛି ।

ଏବେ ଏହି ସବୁ ରାଜ୍ୟର ଉଦାହରଣ ଦେଇ ଓଡିଶା ସରକାରଙ୍କ ପାଖରେ ଅଭିଭାବକ ଦାବି କରିଛନ୍ତି ସ୍କୁଲ ଖୋଲିବାକୁ । ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, କରୋନା ସଂକ୍ରମଣ ହାର ହ୍ରାସ ପାଇଛି ଏବଂ ଏହା ସେତେ ମାରାତ୍ମକ ନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ଆବଶ୍ୟକ। ପ୍ରଥମରୁ ରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରମାନେ ଦୁଇ ବର୍ଷ ଧରି ଶ୍ରେଣୀଗୃହ ଦେଖିନାହାଁନ୍ତି । ସରକାର ସେମାନଙ୍କୁ  ଶ୍ରେଣୀଗୃହରେ ବସାଇବା ଦରକାର । ନଚେତ୍ ପିଲାମାନେ ଏକ ବଡ କ୍ଷତି ସହିବେ ବୋଲି ସେ କହିଛନ୍ତି।

କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ସେମାନେ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ କରିଛନ୍ତି। ପିଲାମାନଙ୍କୁ ଶ୍ରେଣୀଗୃହକୁ ଫେରାଇ ଆଣିବା ପାଇଁ କୈଣସି ତତ୍ପର ନିଷ୍ପତ୍ତି ନିଆଯିବା ଉଚିତ୍ ନୁହେଁ। ଡାକ୍ତର ସୁନୀଲ ଅଗ୍ରୱାଲ କହିଛନ୍ତି, ପିଲାମାନେ ଏବେବି ଟୀକା ନେଇନାହାନ୍ତି। ଭାଇରସ୍ ଆଚରଣ ପୂର୍ବାନୁମାନଯୋଗ୍ୟ ନୁହେଁ। ତେଣୁ ଏପରି ଅବସ୍ଥାରେ ସ୍କୁଲ ଖୋଲିବା ବୁଦ୍ଧିମାନର ପରିଚୟ ହେବ ନାହିଁ। କିନ୍ତୁ ଏହି ସମୟରେ, ଅନେକ ସ୍ଥାନରେ ଛାତ୍ରମାନେ ପାଠ ବୁଝିପାରୁନଥିଲେ ସ୍କୁଲ ଯାଇ ପିଲାଙ୍କଠୁ ପଚାରି ବୁଝୁଛନ୍ତି।

ଗଞ୍ଜାମର ପୋଲାସରା ବ୍ଲକରେ ଥିବା ବାଲିଚାଇ ହାଇସ୍କୁଲର ହେଡ୍ ମାଷ୍ଟର ଇନ୍-ଚାର୍ଜ ବାଲ୍ମିକି ପ୍ରଧାନ କହିଛନ୍ତି, “ ଦୁର୍ବଳ ନେଟୱାର୍କ ସଂଯୋଗ ଏବଂ ସ୍ମାର୍ଟଫୋନ୍ ଉପଲବ୍ଧ ନହେବା ହେତୁ ଛାତ୍ରମାନେ ଅନଲାଇନ୍ ଶ୍ରେଣୀର ସୁବିଧା ପାଇପାରୁ ନାହାଁନ୍ତି। ତେଣୁ ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଡାଉଟ କ୍ଲିୟରାନ୍ସ କ୍ଲାସ୍ କରୁଛୁ। ”

ସେହିପରି କୋରାପୁଟର ଜେପୋର ସହରର ପାରାବେଡା ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ସମାନ ଉଦାହରଣ ଆସିଛି, ଯେଉଁଠି ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡା ଉପରେ ଅଧ୍ୟୟନ କରୁଥିବା ଦେଖାଯାଇଥିଲା, କ୍ଲାସରେ ପାଠ ପଢାର ଆୟୋଜନ କରିବାର ଯଥାର୍ଥତା ଦେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଙ୍ଘମିତ୍ରା କହିଛନ୍ତି, “ଅଭିଭାବକଙ୍କ ଅନୁମତି କ୍ରମେ ପିଲାଙ୍କର ଭବିଷ୍ୟତ ପାଇଁ ଆମକୁ ସ୍କୁଲ ଖୋଲିବାକୁ ପଡିବ। ତଥାପି, ସରକାରଙ୍କ କୋଭିଡ ଗାଇଡଲାଇନକୁ ପାଳନ କରି ଆମେ ପାଠ ପଢାଉଛୁ। ”

Related Articles

Leave a Reply

Back to top button
error: Content is protected !!