ଠିକା କର୍ମଚାରୀଙ୍କୁ ସରକାରଙ୍କ ପୂଜା ଭେଟି, ବଦଳିଲା ଚାକିରିର ମାନ୍ୟତା ଏବଂ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପୂଜା ବେଳେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବା ପରେ ଠିକା କର୍ମଚାରୀଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବଦଳରେ ଇନିସିଆଲ ଆପେନଟିଭିସ ବା ପ୍ରାରମ୍ଭିକ ନିଯୁକ୍ତି ବୋଲି କୁହାଯିବ । 6 ବର୍ଷ ପରେ ଏମାନଙ୍କୁ ନିୟମିତ କରାଯିବ। ସେହିପରି ଏମାନଙ୍କ ଦରମା 50% ଅଧିକ କରିଛନ୍ତି ସରକାର। ଅର୍ଥାତ ଜଣେ 10 ହଜାର ପାଉଥିଲେ ଏବେ ପାଇବେ 15 ହଜାର ଟଂକା ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ ମୋଟ୍ 17ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ସରକାର ଏହି ଠିକା କର୍ମଚାରୀଙ୍କୁ ପ୍ରାରମ୍ଭିକ ନିଯୁକ୍ତି ନିଷ୍ପତ୍ତି ଦ୍ୱାରା ଗ୍ରୁପ- ସି ଓ ଗ୍ରୁପ-ଡି ବ୍ୟତୀତ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ମନୋନୀତ ଗୃପ-ବି କର୍ମଚାରୀ ଲାଭବାନ ହେବେ । ଗ୍ରୁପ-ବିର ପ୍ରାରମ୍ଭିକ ଦରମା 16,880 ଟଂକା ପରିବର୍ତ୍ତେ 25,330 ହୋଇଛି।
ସେହିପରି କ୍ୟାବିନେଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କର୍ମଚାରୀମାନେ ଯେଉଁମାନେ national pension systemରେ ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ 10 ପ୍ରତିଶତରୁ 14% କରିଛନ୍ତି ରାଜ୍ୟ ସରକାର। 1 ଏପ୍ରିଲ 2019ରୁ ଏହା ପିଛିଲା ଭାବରେ ଲାଗୁ ହେବ। ବର୍ଷକୁ ଏଥିପାଇଁ 380 କୋଟି ଖର୍ଚ୍ଚ ହେବ। 772 କୋଟି ଏରିଅର ଭାବେ ଜମା କରିବେ ସରକାର। ଚାକିରୀ ସମୟରେ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ପେନସନ ମିଳିବ। ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ । ଏମାନଙ୍କ ପାଇଁ ପ୍ରତ୍ୟେକ ବର୍ଷ 250 କୋଟି ଵ୍ୟୟ ବରାଦ କରାଯିବ । ମେଡିକାଲ ଭଳି ବିଭିନ୍ନ ସୁବିଧା ମିଳିବ।