ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଯାନ ଆଇନ ୨୦୧୭ରେ ସଂଶୋଧନ କରି ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି । ଏଣିିକି ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ପାଇବାକୁ ସରକାର ସହଜ କରିଦେଇଛନ୍ତି। ଲମ୍ବା ଧାଡିରେ ଛିଡା ହେବାର କୌଣସି ଆବଶ୍ୟକତା ନାହିଁ। ତେଣୁ କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ଅନୁମତି ପ୍ରକ୍ରିୟାକୁ ବହୁତ ସହଜ କରିଦେଇଛନ୍ତି।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି, ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ନିଜକୁ ପଞ୍ଜିକୃତ କରିପାରିବେ।
ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ନିଜକୁ ପଞ୍ଜିକରଣ କରିବାକୁ ପଡ଼ିବ ଏବଂ ଏହା ପରେ କୋର୍ସ କରିବାକୁ ପଡ଼ିବ। ମନ୍ତ୍ରଣାଳୟ ଏହି ପାଠ୍ୟକ୍ରମ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରଣ କରିଛି ତାହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଥିଓରୀ ଦ୍ୱିତୀୟଟି ପ୍ରାକ୍ଟିକାଲ ।
ପ୍ରଥମେ ଆପଣଙ୍କୁ ୮ ଘଣ୍ଟାରେ ଥିଓରୀ ବିଷୟରେ ସୂଚନା ଦିଆଯିବ। ଏହି ପୂରା ଭାଗରେ ରୋଡରେ କିପରି ଗାଡି ଚଳାଇବେ, ରାସ୍ତାରେ ବ୍ୟବହାର ହେଉଥିବା ଚିହ୍ନ, ଟ୍ରାଫିକ୍ ଶିକ୍ଷା, ଦୁର୍ଘଟଣାର କାରଣ ବୁଝିବା, ଦୁର୍ଘଟଣା ହେଲେ ପ୍ରାଥମିକ ଚିକିତ୍ସା, କେମିତି ଡ୍ରାଇଭିଂ କଲେ କମ୍ ଇନ୍ଧନ ଖର୍ଚ୍ଚ ହେବ, ଏ ବାବଦରେ ବ୍ୟାଖ୍ୟା କରାଯିବ।
ସେହିପରି ପ୍ରାକ୍ଟିକାଲ ପାଇଁ ରାସ୍ତା ଗୁଡିକ କେମିତି ଚିହ୍ନିବେ, ଗାଁ ଓ ସହର ରାସ୍ତାକୁ କେମିତି ଜାଣିବେ, କେଉଁଠି ୟୁ ଟର୍ଣ୍ଣ କରିବେ, ପାର୍କିଂ ସ୍ଥାନ ଚିହ୍ନିବେ କିପରି ଇତ୍ୟାଦି ରହିଛି । ଏହି ସବୁ ପାଇଁ ୨୧ ଘଣ୍ଟା ସମୟ ମିଳିବ।