?????

ପୋଷ୍ଟ କୋଭିଡରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: କୋଭିଡରୁ ଆରୋଗ୍ୟ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଶରୀରର ଅନେକ ଅଙ୍ଗ ଫେଲ୍ ମାରିବାରୁ ବିଜୟ ଶ୍ରୀ ରାଉତରାୟଙ୍କର ପରଲୋକ ଘଟିଛି। ଏ ନେଇ ସମ୍ ଅଲଟିମେଟମ୍ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟ ଶ୍ରୀ ରାଉତ ରାୟ।

ବିଜୟଶ୍ରୀ ରାଉତ ରାୟ ଓଡ଼ିଶା ବିଧାନସଭାକୁ 6 ଥର ନିର୍ବାଚିତ ହୋଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ। ଅନ୍ତିମ ବିଧାନସଭା ନିର୍ବାଚନରେ କିନ୍ତ ଦଳ କିନ୍ତୁ ତାଙ୍କୁ ଟିକେଟ୍ ଦେଇନଥିଲା। ବିଜୟ ଶ୍ରୀ ରାଉତ ରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!