ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ରାୟପୁର: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା କାଣ୍ଡ ମାମଲାରେ ତାଙ୍କୁ କାରାଦଣ୍ଡାଦେଶ ଶୁଣାଇଛନ୍ତି ଛତିଶଗଡର ରାୟଗଡ ସେସନ୍ସ କୋର୍ଟ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ଅନୁପ ସାଏ । ୨୦୧୬ରେ ହୋଇଥିଲା ଏହି ହତ୍ୟା । ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୫୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ଏହି ଡବଲ ମର୍ଡର ମାମଲାରେ ସାଏଙ୍କୁ ଆଜୀବନ କାରାଦଣ୍ଡ ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଆଉ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହା ସହ ୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିଥିଲା।
୨୦୧୬ରେ ଛତିଶଗଡର ସାକମ୍ବରୀ ପ୍ଲାଣ୍ଟ ନିକଟରୁ ୨ଟି ଅଜଣା ମୃତଦେହ ମିଳିଥିଲା। ମୃତଦେହ ଦୁଇଟି କଳ୍ପନା ଦାସ ଓ ଝିଅ ବୁବଲିଙ୍କର ବୋଲି ଜଣାପଡ଼ିଥିଲା। ତଦନ୍ତ ସମୟରେ ସାଏ ଓ ଟପ୍ପୋଙ୍କ ସମ୍ପୃକ୍ତି ଥିବା ପୁଲିସ ଜଣାବା ପରେ ୨୦୨୦ରେ ଗିରଫ ହୋଇଥିଲେ।
ସାଏଙ୍କ ଓକିଲ ଆଶିଷ କୁମାର ମିଶ୍ର କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀମାନେ ଟପ୍ପୋଙ୍କ ବିରୋଧରେ ମାମଲା ରୁଜୁ କରିବାରେ ବିଫଳ ହୋଇଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ସେସନ୍ସ କୋର୍ଟର ଆଦେଶ କପି ପାଇବା ପରେ ସାଏଙ୍କ ତରଫରୁ ଉପର କୋର୍ଟରେ ଆବେଦନ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଓକିଲ କହିଛନ୍ତି।