ମଙ୍ଗଳବାର ପାଖରୁ ଏ ଶ୍ରେଣୀରେ ଥିବା ଜିଲ୍ଲାରେ ଗଡ଼ିବ ଓଏସଆରଟିସି ବସ୍

0
196

ଭୁବନେଶ୍ୱର: ମଙ୍ଗଳବାର (ଜୁଲାଇ 6) ପାଖରୁ 43ଟି ରୁଟରେ ଗଡ଼ିବ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (OSRTC)ର ବସ୍। OSRTC ବସରେ ଯାତ୍ରା କରିବା ସମୟରେ ମାସ୍କ ବାଧ୍ୟତାମୂଳକ ରହିଛି।ଏହି ବସ୍ ଗୁଡିକ ରାଜ୍ୟ ନିଗମର 16 ଟି ଡିପୋରୁ ଚାଲିବ।

ଏ ଶ୍ରେଣୀର ଜିଲ୍ଲାଗୁଡ଼ିକରେ ଆନ୍ତଃ ଜିଲ୍ଲା ବସ ଗଡ଼ିବ। ଏହି ସମୟରେ ବସରେ ସିଟ୍ ଅନୁସାରେ ଯାତ୍ରୀ ଯାତ୍ରା କରିବେ। କୌଣସି ଯାତ୍ରୀ ଛିଡ଼ା ହୋଇପାରିବେ ନାହିଁ। ବସରେ ପ୍ରବେଶ କରିବା ପୂର୍ବରୁ ଓଏସଆରଟିସି ଦ୍ୱାରା ସାନିଟାଇଜେସନ କରାଯିବ। ଏହି ଯାତ୍ରା ବେଳେ ଶାରୀରିକ ଦୂରତା ବଜାୟ ରଖିବାକୁ ଏବଂ ବସରେ ଭିଡ଼ ନକରିବାକୁ କହିଛନ୍ତି ଓଏସଆରଟିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ।