?????

ଠିକା କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଦାବି କଲା ବିଜେପି

ଭୁବନେଶ୍ୱର: ଠିକା କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କଲା ବିଜେପି । ଅକ୍ଟୋବର 30 ସୁଦ୍ଧା ଠିକା ନିଯୁକ୍ତି ନୀତି ସ୍ପଷ୍ଟ ନ କଲେ ଆନ୍ଦୋଳନକୁ କରିବ ରାଜ୍ୟ ବିଜେପି । ନଭେମ୍ବରରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ବିଜେପି ଏହି ଚେତାବନୀ ଦେଇଛି। ବିଜେପି ଏସସି, ଏସଟି ଏବଂ ଓବିସି ମୋର୍ଚ୍ଚା ମିଳିତ ଭାବେ କରିବେ ଆନ୍ଦୋଳନ। ରାଜ୍ୟ ସରକାର ନିଯୁକ୍ତିରେ ଠକାମୀ କରିବାର ପ୍ରୟାସ କରିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି ।

ସମ୍ବିଧାନରେ ନିଯୁକ୍ତି କ୍ଷେତ୍ରରେ ଏସସି, ଏସଟି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାର ନିୟମ ରହିଛି । କିନ୍ତୁ ରାଜ୍ୟ ସରକାର ଠିକା ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନାହାନ୍ତି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଲେ ନାହିଁ ରାଜ୍ୟ ସରକାର । ଏ ସରକାର ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ ସରକାର  ବୋଲି ବିଜେପି ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି ବିଭୁ ତରାଇ ପ୍ରେସ କନଫରେନସ କରି ଏପରି ଦାବି କରିଛନ୍ତି। ବିଜେପି ଦାବି କରିଛି ଯେ, ଯେଉଁ ମାନଙ୍କୁ ସଂରକ୍ଷଣ ଆଧାରରେ ନିଆଯାଇନାହିଁ । କେତେ ଶ୍ରମିକଙ୍କୁ ସଂରକ୍ଷଣ ଆଧାରରେ ନିଯୁକ୍ତି ଦେଇଛନ୍ତି ତାହାର ତାଲିକା ପ୍ରକାଶ କରନ୍ତୁ ରାଜ୍ୟ ସରକାର।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ବାବଦରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବଦଳରେ ଇନିସିଆଲ ଆପେନଟିଭିସ ବା ପ୍ରାରମ୍ଭିକ ନିଯୁକ୍ତି ବୋଲି କୁହାଯିବ । 6 ବର୍ଷ ପରେ ଏମାନଙ୍କୁ ନିୟମିତ କରାଯିବ। ସେହିପରି ଏମାନଙ୍କ ଦରମା 50% ଅଧିକ କରିଛନ୍ତି ସରକାର। ଅର୍ଥାତ ଜଣେ 10 ହଜାର ପାଉଥିଲେ ଏବେ ପାଇବେ 15 ହଜାର ଟଂକା ।

ସରକାର ଏହି ଠିକା କର୍ମଚାରୀଙ୍କୁ ପ୍ରାରମ୍ଭିକ ନିଯୁକ୍ତି ନିଷ୍ପତ୍ତି ଦ୍ୱାରା ଗ୍ରୁପ- ସି ଓ ଗ୍ରୁପ-ଡି ବ୍ୟତୀତ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ମନୋନୀତ ଗୃପ-ବି କର୍ମଚାରୀ ଲାଭବାନ ହେବେ । ଗ୍ରୁପ-ବିର ପ୍ରାରମ୍ଭିକ ଦରମା 16,880 ଟଂକା ପରିବର୍ତ୍ତେ 25,330 ହୋଇଛି।

Related Articles

Leave a Reply

Back to top button
error: Content is protected !!