?????

ମାରଣାସ୍ତ୍ର ଦେଖାଇ ଗ୍ରୀଡ ସବଷ୍ଟେସନ ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ବନ୍ଧବାହାଲସ୍ଥିତ ଟାଟା ପାଓ୍ୱାର ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ) ୩୩/୧୧KV ଗ୍ରୀଡ୍ ସବ୍ ଷ୍ଟେସନରୁ ରବିବାର ରାତିରେ ୧୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ୧ ଲକ୍ଷରୁ ଅଧିକ ଟଙ୍କାର ନଗଦ ଟଙ୍କା ଓ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଛନ୍ତି।

ରିପୋର୍ଟ ଅନୁସାରେ ଶନିବାର ବିଳମ୍ବିତ ରାତିରେ୧୦ରୁ ଅଧିକ ସଶସ୍ତ୍ର ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧବାହାଲର (ଟିପିଡବ୍ଲ୍ୟୁଓଡିଏଲ) à­©à­©/୧୯୮୨ ଗ୍ରୀଡ଼ ସବ୍ ଷ୍ଟେସନରେ ପ୍ରବେଶ କରି ଗ୍ରୀଡ଼ ଭିତରେ ଉପସ୍ଥିତ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରିବା ଆରମ୍ଭ କରିଥିଲେ। ତା’ପରେ ସେମାନେ ପାଖାପାଖି ୧୧ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଟ୍ରାନ୍ସଫର୍ମରର କୁଣ୍ଡଳୀ ସମେତ ବିଦ୍ୟୁତ୍ ଉପକରଣ ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସେମାନେ ଜଣେ କର୍ମଚାରୀଙ୍କ ମୁଣ୍ଡକୁ ମଧ୍ୟ ମାଡ଼ ମାରିଥିଲେ, ଯେଉଁଥିରେ ସଂପୃକ୍ତ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ ଏବଂ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

ଟିପିଡବ୍ଲ୍ୟୁଓଡିଏଲ୍ ଗର୍ଡ ସବ୍ ଷ୍ଟେସନର କର୍ମଚାରୀ ପ୍ରିୟରଞ୍ଜନ ମଲ୍ଲିକ କହିଛନ୍ତି, “ଆମେ ଗର୍ଡ ସବ୍ ଷ୍ଟେସନରେ ଡ୍ୟୁଟି କରୁଥିଲୁ। ସେମାନେ ଆମକୁ ଏକ କୋଠରୀ ଭିତରକୁ ଠେଲି ଦେଇଥିଲେ। ଅନ୍ୟ ଦୁର୍ବୃତ୍ତମାନେ ସାମଗ୍ରୀ ଚୋରି କରିବାରେ ବ୍ୟସ୍ତ ଥିଲେ।  ସେମାନେ ଆମ ପାଖରେ ଉପସ୍ଥିତ ଥିବା ସମସ୍ତ ମୋବାଇଲ ନେଇ ଯାଇଥିଲେ। ଆମେ ବହୁତ ଭୟଭୀତ ହୋଇଗଲୁ। ପ୍ରାୟ à­¨ ଘଣ୍ଟା ଧରି ସେମାନେ ଏହି କୋଠରୀ ଭିତରେ ଉପସ୍ଥିତ ଥିଲେ। ସେମାନେ ସବୁବେଳେ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଉଥିଲେ। ସେମାନେ ଆମ କର୍ମଚାରୀଙ୍କ ବାଇକ୍ ମଧ୍ୟ ନେଇ ଯାଇଥିଲେ” ଘଟଣା ସମ୍ପର୍କରେ ଜାଣିବା ପରେ ବନ୍ଧବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।

Related Articles

Leave a Reply

Back to top button
error: Content is protected !!