?????

ଆଲୁମିନିୟମ ବିଲେଟ୍ ଚୋରି ଅଭିଯୋଗରେ ଟ୍ରକ ଡ୍ରାଇଭର ଗିରଫ

ଝାରସୁଗୁଡା: ଆଲୁମିନିୟମ ବିଲେଟ ଚୋରି ଅଭିଯୋଗରେ ଜଣେ ଟ୍ରକ ଡ୍ରାଇଭର ଗିରଫ ହୋଇଛି। ଅଭିଯୁକ୍ତ ଜଣଙ୍କ ଶତାବ୍ଦୀ ଏକ୍ସଟ୍ରୁଜନରୁ ପଶ୍ଚିମବଙ୍ଗର ଖଡ଼ଗପୁରରେ ଥିବା ବେଦାନ୍ତ ଆଲୁମିନିୟମକୁ ଟ୍ରକ ଯୋଗେ ଆଲୁମିନିୟମ ବିଲେଟ ନେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଜଣଙ୍କ ମୋଟ୍ 55 ଲକ୍ଷ ଟଙ୍କାର ଆଲୁମିନିୟମ ବିଲେଟ ଚୋରି କରିଥିବା ଅଭିଯୋଗ ହୋଇଥିଲା। ପରେ ବଡମାଳ ପୋଲିସ ସୋମବାର ଟ୍ରକ ଡ୍ରାଇଭରକୁ 20.959 ଏମଟି ଆଲୁମିନିୟମ ବିଲେଟ୍ ଚୋରି ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କର ନାମ ସଚ୍ଚିନ୍ଦ୍ର ରାୟ ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ବାସିନ୍ଦା ବୋଲି ଜଣାପଡ଼ିଛି।

ସୁପ୍ରିମ ଟ୍ରାନ୍ସପୋର୍ଟ ପ୍ରାଇଭେଟର ମ୍ୟାନେଜର ରାଜେଶ କୁମାର ଶୁକ୍ଳା ଆଲୁମିନିୟମ ବିଲେଟ ଚୋରି ହୋଇଥିବା ନେଇ ଜୁଲାଇ 17ରେ ତାଙ୍କ କମ୍ପାନୀ 20.959 ଏମଟିର ଆଲୁମିନିୟମ୍ ବିଲେଟ୍ ପଠାଇଥିଲା। ଦର୍ଘ 15 ବର୍ଷ ଧରି ତାଙ୍କ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ବିଲେଟ୍ ପଠାଉଥିଲା। ଆଉ ଜୁଲାଇ 17 ଦିନ WB35-3901 ନମ୍ୱର ଟ୍ରକରେ ଆଲୁମିନିୟମ ପଠାଇଥିଲେ। ହେଲେ ଜୁଲାଇ 27 ତାରିଖ ସୁଦ୍ଧା ଆଲୁମିନିୟମ ଠିକଣା ସ୍ଥଳରେ ପହଞ୍ଚି ନଥିଲା। ପରେ ଡ୍ରାଇଭର ସଚ୍ଚିନ୍ଦ୍ର ତାର ମୋବାଇଲ୍ ସୁଇଟ୍ ଅଫ୍ କରି ଦେଇଥିଲା।

ଏତଲା ପରେ ଝାରସୁଗୁଡା ଏସପି ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗକୁ ଏକ ପୋଲିସ ଟିମ୍ ନିୟୋଜିତ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ସଚ୍ଚିନ୍ଦ୍ର ରାୟଙ୍କୁ ଗିରଫ କରିଛି। ଏଥିସହ WB11C 3537 ନମ୍ବର ପ୍ଲେଟକୁ ଜବତ କରିବା ସହିତ ଚୋରି ହୋଇଥିବା ଆଲୁମିନିୟମ ବିଲେଟକୁ ଜବତ କରିଛି। ତେବେ ଟ୍ରକର ମାଲିକ ଏବଂ ଅନ୍ୟ ଜଣେ ଡ୍ରାଇଭର ଏବେ ବି ନିରୁଦ୍ଦିଷ୍ଟ ରହିଛନ୍ତି। ଉଭୟ ଟ୍ରକର ଆଗ ଓ ପଛରେ ନକଲି ନମ୍ବର ପ୍ଲେଟ୍ ଲଗାଇବା ସହିତ ଟ୍ରକର ରୂପ ରେଖା ବଦଳାଇ ଦେଇଥିବା ଜଣାପଡ଼ିଛି।

Related Articles

Leave a Reply

Back to top button
error: Content is protected !!