?????

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା କୃଷି କାର୍ଯ୍ଯାଳୟର କନିଷ୍ଠ କିରାଣୀ। ମଙ୍ଗଳବାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଭିଜିଲାନ୍ସର ମିଳିତ ଚଢ଼ାଉରେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ ଜଣେ ଚାଷୀଙ୍କ ଠାରୁ ଖରିଫ୍ ବୀମା ସୁବିଧା ପାଇଁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ଅଭିଯୁକ୍ତ ଜଣକଙ୍କ ବୟସ 37। ତାଙ୍କ ଘର ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ବୋଲି ଜଣାପଡିଛି। ରେଙ୍ଗାଲି ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଲଇକେରାର ପ୍ରେମାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଅଭିୟୋଗକୁ ଆଧାର କରି ମଙ୍ଗଳବାର ଅପରାହ୍ନରେ ଆମେ ଜାଲ ବିଛାଇ ଅଜୟ ପାଣ୍ଡେଙ୍କୁ ଲାଞ୍ଚ ନେବା ବେଳେ ରଙ୍ଗେ ହାତ ଧରିଥିଲୁ। ଅଜୟ ପାଣ୍ଡେ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଥିଲେ। ଅଭିଯୁକ୍ତ ଅଜୟ ପାଣ୍ଡେଙ୍କୁ ଗିରଫ କରି ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।

Related Articles

Leave a Reply

Back to top button
error: Content is protected !!