?????

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ତାତି ବଢୁଛି । ଏହି ସମୟରେ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।  ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି, ଖରା ବଢୁଥିବାରୁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ ।

ସକାଳ ୬ଟା ୩୦ରୁ ୧୦ ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ରହିବେ । ସେହିପରି ସକାଳ ୭ଟାରୁ ୧୧ ଟା ଯାଏ ନବମ ଶ୍ରେଣୀ  ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢିବେ ।

ଆଗକୁ ମଧ୍ୟ ରାଜ୍ୟରେ ଆହୁରୀ ଦୁଇ ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ଆକଳନ କରାଯାଇଛି ।ଏହି ସବୁକୁ ଦଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲର ଉପରେ ଏପରି ନିଷ୍ପତ୍ତି ନେଇଛନ୍ତି।

ଫେବ୍ରୁଆରି ୭ରୁ କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଅଷ୍ଟମରୁ ଯୁକ୍ତ ଦୁଇ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ଖୋଲିଥିଲା। ତେବେ ୨୦୨୨ ଫେବ୍ରୁଆରି ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରି ରାଜ୍ୟ ସରକାର ଫେବୃଆରୀ ୭ ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ଅନୁମତି ଦେଇଥିଲେ।

Related Articles

Leave a Reply

Back to top button
error: Content is protected !!