ସମାନ ସଂହିତା ଆଇନ୍ ଆଶାରେ ନରହି ବାସ୍ତବରେ ପରିଣତ ହେଉ: ଦିଲ୍ଲୀ ହାଇକୋର୍ଟ

0
47

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ସମାନ ସଂହିତା ଆଇନ ଆଉ କେବେ ଲାଗୁ ହେବ ଅପେକ୍ଷା ନକରି ଏବେ ବାସ୍ତବତାରେ ପରିଣତ କରିବାର ଆବଶ୍ୟକତା ରହିଛି। ଆଧୁନିକ ଭାରତର ଯୁବକମାନେ ଏବେ ଜାତି, ଉର୍ଦ୍ଦରେ ରହି ବିବାହ କରୁଛନ୍ତି। ଏହି ସଂଖ୍ୟା ବଢ଼ୁଥିବାରୁ ଦେଶରେ ୟୁସିସି ଆସିବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏକ ଛାଡପତ୍ର ମାମଲାର ଶୁଣାଣି କରିବା ବେଳେ କହିଛନ୍ତି।

ଜଷ୍ଟିସ ପ୍ରତୀଭା ଏମ ସିଂଙ୍କ ଶୁଣାଣି ବେଳେ କହିଛନ୍ତି ଯେ ଧାରା 44 ଅନୁଯାୟୀ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି। ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସମୟ ସମୟରେ ଦୋହରାଯାଇଛନ୍ତି। କୋର୍ଟ କହିଛନ୍ତି ଯେ ଏଭଳି ସିଭିଲ୍ କୋଡ୍ ସମସ୍ତଙ୍କ ପାଇଁ ସାଧାରଣ ହେବ ଏବଂ ବିବାହ, ଛାଡପତ୍ର ଏବଂ ଉତ୍ତରାଧିକାର ପ୍ରସଙ୍ଗରେ ସମାନ ନୀତି ପ୍ରୟୋଗ ହୋଇପାରିବ। କୋର୍ଟ କହିଛନ୍ତି ଯେ ଏହା ବିଭିନ୍ନ ବ୍ୟକ୍ତିଗତ ନିୟମରୁ ଉତ୍ପନ୍ନ ସମାଜ ମଧ୍ୟରେ ବିବାଦ ଏବଂ ଦ୍ୱନ୍ଦକୁ ହ୍ରାସ କରିବ।

ସୂଚନାଯୋଗ୍ୟ, ଦିଲ୍ଲା ହାଇକୋର୍ଟ ଏକ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଓ ମୀନା ଜନଜାତିତୁ ନେଇ ଛାଡପତ୍ର ସମ୍ପର୍କରେ ସମାଧାନ କରୁଥିଲେ।  ଏହି ପରିପ୍ରେକ୍ଷୀରେ ସ୍ୱାମୀ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡପତ୍ର ଚାହୁଁଥିବାବେଳେ ପତ୍ନୀ ଚାହୁଁଥିଲେ ଯେ ସେ ମୀନା ଜନଜାତି ଅନୁଯାୟୀ ଛାଡପତ୍ର ଦିଅନ୍ତୁୁ। ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ୟୁସିସି ଲାଗୁ କରିବାକୁ।