?????

ଶ୍ରେଷ୍ଠ ୧୦ଟି ରାଜଧାନୀ ସହର ମଧ୍ୟରେ ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ଦେଶର ଶ୍ରେଷ୍ଠ ୧୦ଟି ରାଜଧାନୀ ସହରରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥିସହ 100 ରୁ 94.8 ସର୍ବାଧିକ ସ୍କୋର ସହିତ ସାଧାରଣ ନାଗରିକଙ୍କ ମତରେ ରହିବା ପାଇଁ ସବୁଠୁ ଭଲ ବୋଲି ଶୀର୍ଷରେ ରହିଛି। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (CSE)ର ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ହେଉଛି ଭାରତର ଶ୍ରେଷ୍ଠ ରାଜଧାନୀ ସହର ଏବଂ ପରେ ଚେନ୍ନାଇ, ଶିମଲା ଏବଂ ଭୁବନେଶ୍ୱର ରହିଛି।

ଚାରୋଟି ପାରାମିଟର ବଞ୍ଚିବାର ସୁଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଧାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ସର୍ଭେ ଜରିଆରେ ବଛାଯାଇଛି। ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସରେ ବେଙ୍ଗାଲୁରୁକୁ 100ରୁ 66.7 ପ୍ରତିଶତ ଲୋକ ସମର୍ଥନ କରିଥିବାବେଳେ ଚେନ୍ନାଇକୁ 62.61, ଶିମଲାକୁ 60.9 ଏବଂ ଭୁବନେଶ୍ୱରକୁ 59.85 ପ୍ରତିଶତ ପସନ୍ଦ କରିଛନ୍ତି। ରୋଜଗାର କରିବାର ଦକ୍ଷତା ସର୍ଭେରେ ଓଡିଶା ରାଜଧାନୀ 100 ରୁ କେବଳ 11.57 ପ୍ରତିଶତ ରଖିଛି। ଏହାର ଅର୍ଥ ରାଜଧାନୀରେ ରୋଜଗାର କରିବା କାଠିକର।

ତେବେ ଏହି ସମସ୍ତ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

Related Articles

Leave a Reply

Back to top button
error: Content is protected !!