?????
ରାଉରକେଲା-ଝାରସୁଗୁଡା ପାସେଞ୍ଜର ସାମୟିକ ବାତିଲ

ଝାରସୁଗୁଡା: ରେଳ ଲାଇନ ମରାମତି ହେଉଥିବାରୁ ସାମୟିକ ସମୟ ପାଇଁ ବାତିଲ ହୋଇଛି ରାଉରକେଲା-ଝାରସୁଗୁଡା ପାସେଞ୍ଜର ଟ୍ରେନ୍। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ମିଳିଛି। ଆସନ୍ତା ୧୪, ୧୫ ଓ ୧୯ ତିନି ବାତିଲ କରାଯାଇଛି। ଝାରସୁଗୁଡା-ରାଉରକେଲା (୦୮୧୬୮) ମେମୁ ମଧ୍ୟ ଅନୁରୂପ ତିନି ଦିନ ବାତିଲ ହୋଇଛି।
ସେହିପରି ହଟିଆ-ଝାରସୁଗୁଡା (୧୮୧୭୫) ମେମୁ ଏକ୍ସପ୍ରେସ ଛାଡିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ଟ୍ରେନ୍ ଏହି ତାରିଖ ମଧ୍ୟରେ ଅପରାହ୍ନ ୧୨ଟା ୫୦ ମିନିଟ୍ରେ ବଦଳରେ ଅପରାହ୍ନ ୨ଟା ୫ ମିନିଟିରେ ହଟିଆ ଷ୍ଟେସନରୁ ଛାଡିବ। ସେହିପରି ଝାରସୁଗୁଡା-ହଟିଆ ମେମୁ ଏକ୍ସପ୍ରେସ୍ ଝାରସୁଗୁଡା ଷ୍ଟେସନରୁ ପୂର୍ବାହ୍ନ ସକାଳ ୮ଟା ୨୫ ପରିବର୍ତ୍ତେ ୧୦ଟା ୪୫ ମିନିଟ୍ରେ ଛାଡିବ।