ଝାରସୁଗୁଡାରେ ଖୋଲିଲା ହୋଣ୍ଡୋର ଆଉ ଏକ ସୋରୁମ୍

ଝାରସୁଗୁଡା: ଦୁଇ ଚକିଆ ବିଦେଶୀ ଗାଡି ନିର୍ମାତା ହୋଣ୍ଡା ମୋଟରସ ଝାରସୁଗୁଡାରେ ଏକ ସୋରୁମ ଖୋଲିଛି। ଦେଶର ଅନ୍ୟତମ ଲୋକପ୍ରିୟ ଦୁଇ ଚକିଆ କମ୍ପାନୀ ଭାବରେ ହୋଣ୍ଡା ଅନ୍ୟତମ। ଜିଲ୍ଲାରେ ଗଜରାଜ ହୋଣ୍ଡୋ 30 ହଜାର ବର୍ଗ ଫୁଟରେ ଏହି ସୋରୁମ୍ ଖୋଲିଛି। ଦୁଇ ଚକିଆ ସ୍କୁଟି ପାଖରୁ ଆରମ୍ଭ କରି ବିଭିନ୍ନ ମେଡେଲର ଗାଡ଼ି ରହିଛି ଏହି ସୋରୁମରେ।
ହୋଣ୍ଡୋ ମୋଟର୍ସର ପୂର୍ବ ଭାରତର ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ସୁବାଶ ଚୋପ୍ରା ସାନ୍ କହିଛନ୍ତୁ ଝାରସୁଗୁଡା ପାଇଁ ହୋଣ୍ଡା ଏକ ପ୍ରମୁଖ ବଜାର। ଏଠାରେ କିପରି ଗାଡି ସହିତ ଉନ୍ନତ ମାନର ସର୍ଭିସ୍ ଯୋଗାଇ ହେବ ତାହା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାବାସୀଙ୍କୁ ଭଲ ସର୍ଭିସ ଦେଇପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ହୋଣ୍ଡା ଉତ୍ପାଦ ଗୁଡ଼ିକର ବଢ଼ୁଥିବ ଚାହିଦାକୁ ପୂରଣ କରିବା ପାଇଁ ସେମାନେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଗଜରାଜ ହୋଣ୍ଡା ଝାରସୁଗୁଡାର ଏକ ଆଧୁନିକ ପ୍ରିମିୟମ୍ ଡିଲରସିପ୍ ବୋଲି ସେ ଏହି ଅବସରରେ କହିଛନ୍ତି। କହିରଖୁଛୁ ଗଜରାଜ ହୋଣ୍ଡାର ମୋଟ୍ 5ଟି ସୋରୁମ ରହିଛି।
ସୂଚନାଯୋଗ୍ୟ, ଭାରତ ବଜାରରେ ହୋଣ୍ଡୋ ଏବେ ବଜାରରେ ଅଗ୍ରନୀ ରହିଛି। ଉଚ୍ଚମାନର ଉତ୍ପାଦ ଏବଂ ସେବା ଯୋଗାଇବାରେ ହୋଣ୍ଡା ଏବେ ଆଗରେ ରହିଛି। ଦେଶରେ 48 ମିଲିୟନରୁ ଅଧିକ ଗ୍ରାହକ ସୃଷ୍ଟି କରିବାରେ ଲାଭବାନ ହୋଇଛି ବୋଲି ସେ କହିଛନ୍ତି।