?????
ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଭେଟିଲା ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସ
ଝାରସୁଗୁଡା: ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଜୋଶୀଙ୍କୁ ଭେଟିଛନ୍ତି ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସର ଟିମ୍। ମଙ୍ଗଳବାର ରେଲଓ୍ୱେ ଷ୍ଟେସନରେ ଚାମ୍ବର ଅଫ୍ କମର୍ସ ଟିମ୍ ବିଭିନ୍ନ ଦାବି ନେଇ ଅର୍ଚ୍ଚନା ଜୋଶୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ବେଳେ ଯେଉଁସବୁ ପ୍ରମୁଖ ଦାବି ରହିଛି ସେଗୁଡିକ ହେଲା ଝଣ୍ଡା ଛକରୁ ବସଷ୍ଚାଣ୍ଡ ରାସ୍ତା କାମ, ଷ୍ଟେସନରେ ଏସକଲେଟର ସେବା, ଦୂରୋନ୍ତ ସୁପର ଫାଷ୍ଟ ଏକ୍ସପ୍ରେସର ରହଣି ଦାବି, ଝାରସୁଗୁଡାରୁ ସରଦେଗା ପାସେଞ୍ଜର ଟ୍ରେନ ଚଳାଚଳ ଦାବି ହୋଇଛି। ଏହାବାଦ ଝାରସୁଗୁଡାରୁ ୟୁପି ବାରଣାସୀ ଟ୍ରେନ ଚଳାଚଳ ପାଇଁ ଦାବି ହୋଇଛି ଯାହା ଜଶପୁର ଏବଂ ଅମ୍ବିକାପୁର ଦେଇ ଯିବ ।