ରାଜ୍ୟରେ ପ୍ରଥମ, ମେଳା କରି 6131 ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 6131 ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। କଳିଙ୍ଗ ହକି ଷ୍ଟାଡିୟମ୍ରେ ବିଶାଳ କାର୍ଯ୍ୟକ୍ରମରେ ବାଣ୍ଟିଲେ ନିଯୁକ୍ତି ପତ୍ର। ସେମାନଙ୍କ ମଧ୍ୟରେ 2236 ଜଣ କଳା, 1779 ବିଜ୍ଞାନ, 829 ହିନ୍ଦୀ, 796 ସଂସ୍କୃତ ଓ ପିଇଟି ଏବଂ 3ଜଣ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।କଟକ ଜିଲ୍ଲାରୁ ସର୍ବାଧିକ 438ଜଣ ରହିଥିବା ବେଳେ ଗଞ୍ଜାମ ସୁନ୍ଦରଗଡ଼ର 391 ଜଣ ଲେଖାଏଁ , ମୟୂରଭଞ୍ଜର 382 , କେନ୍ଦୁଝରର 356, ବଲାଙ୍ଗୀରରୁ 330ଜଣ ଏବଂ ଅନ୍ୟାନ୍ୟ ଜିଲ୍ଲାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପାଇଛନ୍ତି। ସବୁଠୁ ବଡକଥା ହେଲା ରାଜ୍ୟରେ ପ୍ରଥମ ଥର ପାଇଁ ଏପରି ନିଯୁକ୍ତି ପତ୍ର ବାଂଟିଛନ୍ତି ସରକାର ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତି ଓ ଆତ୍ମବିଶ୍ବାସର ବିକାଶ ଦିଗରେ କାମ କରିବାକୁ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ସହ ଶିକ୍ଷା କ୍ଷେତ୍ରରେ ରୂପାନ୍ତରର ସଫଳ ସହଯୋଗୀ ଭାବରେ ଦାୟିତ୍ବ ତୁଲାଇବାକୁ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ତେବେ ପର୍ଯାୟ କ୍ରମେ ରାଜ୍ୟର ସବୁ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇସ୍କୁଲ 5T ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ଆଜି ରାଜ୍ୟ ଶିକ୍ଷା କ୍ଷେତ୍ରରେ ସ୍ୱର୍ଣ୍ନିମ ଦିନ। 47 ଦିନ ମଧ୍ୟରେ 6131 ଜଣ ନିଯୁକ୍ତି କାର୍ଯ୍ୟକ୍ରମ ସାରିବାରେ ସକ୍ଷମ ହୋଇଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମିଶନ ମୋଡରେ କାର୍ଯ୍ୟକ୍ରମ ହୋଇଥିଲା। ଟେକ୍ନୋଲୋଜିକୁ ବ୍ୟବହାର କରି ସଂପୂର୍ଣ୍ଣ ଟ୍ରାନ୍ସପରେଂସିସହ ନିଯୁକ୍ତି ହୋଇଛି। ଆଗକୁ ଆହୁରି 11 ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ଖୁବ୍ ଶୀଘ୍ର ଆଦର୍ଶ ବିଦ୍ୟାଳୟରେ ମଧ୍ୟ ପୁରଣ ହେବ ଖାଲି ପଡିଥିବା ପଦବୀ ପୂରଣ ହେବ ବୋଲି ସେ କହିଥିଲେ।